Advertisment

Odia household tips: ବର୍ଷାଦିନେ ଆଲମାରୀରେ ରଖନ୍ତୁ ଗୋଟିଏ କପ୍ ଚାଉଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ କପଡ଼ା ନଶୁଖିବାରୁ ଆଲମାରୀରେ ଥିବା ପୋଷାକ ଗନ୍ଧାଇବା ଆରମ୍ଭ କରିଥାଏ। ଏହି ପୋଷାକ ଶୀରର ସମ୍ପର୍କରେ ଆସିଲେ ଫଙ୍ଗଲ୍‌ ଇନଫେକସନ୍‌ ହେବାର ଆଶଙ୍କା ରହିଥାଏ। ଯାହାଦ୍ୱାରା ତ୍ୱଚାରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ। ଏସବୁରୁ ରକ୍ଷା ପାଇବା ପାଇଁ ଆପଣ ଔଷଧ ଉପରେ ନିର୍ଭର କରିଥା’ନ୍ତି। ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ, ପୋଷାକକୁ ଭଲ ରଖିବା ପାଇଁ ଆପଣ କିଛି ଘରକରଣା ଉପାୟ ଅବଲମ୍ୱନ କରିପାରିବେ। ଏଥିପାଇଁ ଆଲମାରୀରେ ଗୋଟିଏ […]

ଅଦ୍ୟତନ ହୋଇଛି
Odia household tips: ବର୍ଷାଦିନେ ଆଲମାରୀରେ ରଖନ୍ତୁ ଗୋଟିଏ କପ୍ ଚାଉଳ

333

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ କପଡ଼ା ନଶୁଖିବାରୁ ଆଲମାରୀରେ ଥିବା ପୋଷାକ ଗନ୍ଧାଇବା ଆରମ୍ଭ କରିଥାଏ। ଏହି ପୋଷାକ ଶୀରର ସମ୍ପର୍କରେ ଆସିଲେ ଫଙ୍ଗଲ୍‌ ଇନଫେକସନ୍‌ ହେବାର ଆଶଙ୍କା ରହିଥାଏ। ଯାହାଦ୍ୱାରା ତ୍ୱଚାରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ। ଏସବୁରୁ ରକ୍ଷା ପାଇବା ପାଇଁ ଆପଣ ଔଷଧ ଉପରେ ନିର୍ଭର କରିଥା’ନ୍ତି। ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ, ପୋଷାକକୁ ଭଲ ରଖିବା ପାଇଁ ଆପଣ କିଛି ଘରକରଣା ଉପାୟ ଅବଲମ୍ୱନ କରିପାରିବେ। ଏଥିପାଇଁ ଆଲମାରୀରେ ଗୋଟିଏ କପ୍ ଚାଉଳ ରଖନ୍ତୁ। ଆସନ୍ତୁ ଜାଣିବା ଆଲମାରୀରେ ଚାଉଳରେ ରଖିଲେ କେଉଁସବୁ ଲାଭ ମିଳିଥାଏ।

Advertisment

୧. ବର୍ଷା ଦିନେ ଆଲମାରୀରେ ଚାଉଳ ରଖିଲେ ପୋଷାକରେ ହେଉଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଥା’ନ୍ତି ତେଣୁ ଆପଣଙ୍କ କପଡ଼ା ସୁରକ୍ଷିତ ରହିଥାଏ।

୨. ଚାଉଳ ଆଲମାରୀରୁ ଦୁର୍ଗନ୍ଧ ଦୂର କରିଥାଏ। ଆପଣ ଚାହିଁଲେ ଗୋଟିଏ କପ୍‌ ଚାଉଳରେ କିଛି ବୁନ୍ଦା ଏସେନ୍‌ସିଆଲ୍‌ ଅଏଲ୍ କିମ୍ୱା ପରଫ୍ୟୁମ୍‌ ପକାଇ ମୁହଁରେ କପଡ଼ା ଗୁଡ଼ାଇ ରଖିପାରିବେ। ଏହି କପ୍‌କୁ ଆଲମାରୀର ଖାଲି ଥିବା ସ୍ଥାନରେ ରଖନ୍ତୁ। ଚାଉଳରେ ପରଫ୍ୟୁମ୍‌ ପଡ଼ିଥିବାରୁ ଆଲମାରୀ ସହିତ ପୋଷାକ ମଧ୍ୟ ବାସ୍ନା ହେବ।

Advertisment

୩. ଚାଉଳକୁ ଆଲମାରୀରେ ଗୋଟିଏ ମାସରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ।  ଗୋଟିଏ ମାସ ପରେ କପ୍‌ରୁ କପଡ଼ା ବାହାର କରି ଚାଉଳକୁ ବଦଳାଇ ଏଥିରେ ପରଫ୍ୟୁମ୍‌ ଓ ଏସେନସିଆଲ୍ ଅଏଲ୍‌ ପକାନ୍ତୁ। କାରଣ ଚାଉଳ ଅଧିକ ଦିନ ରହିଲେ, ଖରାପ ହୋଇଯାଇଥାଏ। ତେଣୁ ପୋଷାକ ଏହା ସମ୍ପର୍କରେ ଆସିଲେ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ।

Household Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe