Advertisment

କେଶ ସମସ୍ୟାରୁ ମୁକ୍ତି ଦିଏ ହଳଦୀ

ଭୁବନେଶ୍ୱର: ଘରେ ଦୈନନ୍ଦିନ ଆମେ ହଳଦୀ ବ୍ୟବହାର କରିଥାଉ। ହଳଦୀ କେବଳ ଖାଦ୍ୟକୁ ରଙ୍ଗିନ କରି ନ ଥାଏ, ସ୍ୱାଦିଷ୍ଟ ମଧ୍ୟ କରିଥାଏ। ତେବେ ହଳଦୀରେ ବହୁ ଆୟୁର୍ବେଦିକ ଗୁଣ ଭରି ରହିଛି। ଦୈନିକ ହଳଦୀ ବ୍ୟବହାର ଅନେକ ରୋଗରୁ ମୁକ୍ତି ଦେଇଥାଏ। ବିଶେଷ କରି ହଳଦୀ ବ୍ୟବହାର ଯୋଗୁଁ କେଶ ଜନିତ ସମସ୍ୟାର ସମାଧାନ ହୋଇଥାଏ। ହଳଦୀ ତ୍ୱଚା ଉଜ୍ଜଳ କରିବା ସହ କେଶ ସମସ୍ୟାରୁ ଉପଶମ ଦେଇଥାଏ। ଯଦି ଆପଣ ରୂପି ସମସ୍ୟାରେ ପଡିଛନ୍ତି […]

author-image
Rakesh Mallick
ଅଦ୍ୟତନ ହୋଇଛି
କେଶ ସମସ୍ୟାରୁ ମୁକ୍ତି ଦିଏ ହଳଦୀ

amazing-benefits-of-turmeric-for-skin-care

ଭୁବନେଶ୍ୱର: ଘରେ ଦୈନନ୍ଦିନ ଆମେ ହଳଦୀ ବ୍ୟବହାର କରିଥାଉ। ହଳଦୀ କେବଳ ଖାଦ୍ୟକୁ ରଙ୍ଗିନ କରି ନ ଥାଏ, ସ୍ୱାଦିଷ୍ଟ ମଧ୍ୟ କରିଥାଏ। ତେବେ ହଳଦୀରେ ବହୁ ଆୟୁର୍ବେଦିକ ଗୁଣ ଭରି ରହିଛି। ଦୈନିକ ହଳଦୀ ବ୍ୟବହାର ଅନେକ ରୋଗରୁ ମୁକ୍ତି ଦେଇଥାଏ। ବିଶେଷ କରି ହଳଦୀ ବ୍ୟବହାର ଯୋଗୁଁ କେଶ ଜନିତ ସମସ୍ୟାର ସମାଧାନ ହୋଇଥାଏ।

Advertisment

ହଳଦୀ ତ୍ୱଚା ଉଜ୍ଜଳ କରିବା ସହ କେଶ ସମସ୍ୟାରୁ ଉପଶମ ଦେଇଥାଏ। ଯଦି ଆପଣ ରୂପି ସମସ୍ୟାରେ ପଡିଛନ୍ତି ତେବେ ହଳଦୀ ବ୍ୟବହାର ଦ୍ୱାରା ଏଥିରୁ ମୁକ୍ତି ମିଳି ପାରିବ। ଏହାକୁ ଆମେ ନେଚୁରାଲ୍ କଣ୍ଡିସନର୍ ଭାବେ ବ୍ୟବହାର କରି ପାରିବା। ସବୁଠାରୁ ବଡ କଥା ହେଲା ହଳଦୀ ବ୍ୟବହାର କଲେ କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନ ଥାଏ। କେବଳ ରୁପି ସମସ୍ୟା ନୁହେଁ ହଳଦୀ କେଶ ଝଡିବା ରୋକିବା ସହ କେଶକୁ ଚମକ ଦେଇଥାଏ। ଏହାସହ ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।