aluminum-foil-pain
ଭୁବନେଶ୍ୱର: ସାଧାରଣତଃ ପ୍ରତି ଘରେ ଖାଦ୍ୟ ପଦାର୍ଥକୁ ଆଲୁମିନିୟମ୍ ଜରିରେ ରଖାଯାଇଥାଏ। ଏହା ଶରୀର ପାଇଁ ବେଶ ଲାଭଦାୟକ ଆଲୁମିନିମୟମ୍ ଜରି ଯେପରି ଖାଦ୍ୟକୁ ତାଜା ଓ ରୁଟି ଗୁଡ଼ିକୁ ନରମ ରଖିଥାଏ।
ଏକ ଗବେଷଣାରୁ ଜଣାପଡ଼ିଛି ଯନ୍ତ୍ରଣା ହେଉଥିବା ସ୍ଥାନରେ ଆଲୁମିନିୟମ୍ ଜରି ଲଗାଇବା ଦ୍ୱାରା ଆମକୁ ଉପଶମ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଆଲୁମିନିୟମ୍ ଜରି ଖୁବ୍ ଲାଭଦାୟକ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ହାତ, ପାଦ, କାନ୍ଧ, ଖଞ୍ଜା ଓ ଗଣ୍ଠି ଯନ୍ତ୍ରଣା ହେଉଥିଲେ ସେଥିରେ ଆଲୁମିନିୟମ୍ ଜରି ବାନ୍ଧି କିଛି ସମୟ ରଖିବା ଦ୍ୱାରା ଆମକୁ ଆରାମ ମିଳିଥାଏ।
ଆଲୁମିନିୟମ୍ ଜରିରେ ଆଣ୍ଟି-ଇନ୍ଫ୍ଲାମେଟାରୀ ଗୁଣ ରହିଥିବାରୁ ଏହା ଯନ୍ତ୍ରଣାରୁ ଆମକୁ ରକ୍ଷା କରିଥାଏ। ଯନ୍ତ୍ରଣା ହେଉଥିବା ଜାଗାରେ ଆଲୁମିନିୟମ୍ ଜରିକୁ ବ୍ୟାଣ୍ଡେଜ୍ ପରି ବାନ୍ଧି ରଖିଲେ ଗଣ୍ଠି ବ୍ୟଥାରୁ ଆରାମ ମିଳିଥାଏ। ଏକ ସପ୍ତାହ ଅନ୍ତରାଳରେ ଏହା କରିବା ଉଚିତ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/08/aluminum-foil-painn.jpg)