s1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଡ୍ନୀରେ ଯେତେ ସବୁ ରୋଗ ହୁଏ ଅବା ଯେତେ ସବୁ ସମସ୍ୟା ଦେଖାଯାଏ, ତା’ଭିତରୁ ଷ୍ଟୋନ୍ ବା ପଥର ସମସ୍ୟା ଗୋଟିଏ। କିଡ୍ନୀରେ ପଥର ହେଲେ ଏହାକୁ ଅପରେସନ୍ କରି କଢ଼ା ଯାଏ। ତେବେ ଆପଣ ଜାଣିଛନ୍ତି କି ଏହାର ଘରୋଇ ଉପଚାର ମଧ୍ୟ ରହିଛି, ଯାହାକୁ ବ୍ୟବହାର କରି କିଡ୍ନୀରୁ ପଥର ସମସ୍ୟାକୁ ଦୂର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ସେହି ଉପଚାରଗୁଡ଼ିକ ବିଷୟରେ।
୧. ଅଧିକ ପାଣି ପିଅନ୍ତୁ। ଅଧିକ ପାଣି ପିଇଲେ ୟୁରିନ୍ ମାଧ୍ୟମରେ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରିଥାଏ। ଜଣେ ସୁସ୍ଥ ମଣିଷ ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ। ତେବେ କିଡ୍ନୀ ସମସ୍ୟା ଥିଲେ, ଅଧିକ ପାଣି ପିଅନ୍ତୁ। ପାଣି ଷ୍ଟୋନ୍କୁ ବାହାର କରିବାରେ ସାହାଯ୍ୟ କରିବ।
/odisha-reporter/media/post_attachments/wp-content/uploads/2019/10/s2-2.jpg)
୨. ଲେମ୍ୱୁ ରସରେ ଅଳ୍ପ ଅଲିଭ୍ ଅଏଲ୍ ମିଶାଇ ପିଅନ୍ତୁ। ଏହା କିଡ୍ନୀ ଷ୍ଟୋନ୍ ପାଇଁ ବହୁତ ଉପକାରୀ ଘରୋଇ ଉପଚାର। ଲେମ୍ୱୁ ଓ ଅଲିଭ୍ ଅଏଲ୍ର ମିଶ୍ରଣ ଆପଣଙ୍କ କିଡ୍ନୀରେ ଥିବା ଷ୍ଟୋନ୍କୁ ଭାଙ୍ଗିବାରେ ସାହାଯ୍ୟ କରିବ।
୩. ପ୍ରତିଦିନ ସେଓ ରସ ପିଅନ୍ତୁ। ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ କିଡ୍ନୀ ଷ୍ଟୋନ୍କୁ ଛୋଟ ଛୋଟ ଖଣ୍ଡରେ ପରିଣତ କରିବାରେ ସାହାଯ୍ୟ କରିଥାଏ। ଏପରିକି ସେଓ ରସ ଷ୍ଟୋନ୍କୁ ସମ୍ପୂର୍ଣ୍ଣ ଭଲ ମଧ୍ୟ କରି ଦେଇଥାଏ। ସେଓ ରସ ପିଇବା ସମୟରେ ଧ୍ୟାନ ଦିଅନ୍ତୁ। ଦୁଇ ଚାମଚ ଗରମ ପାଣି ସହିତ ସେଓ ରସ ମିଶାଇ ପିଅନ୍ତୁ। ଏହାକୁ ପିଇବା ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
/odisha-reporter/media/post_attachments/wp-content/uploads/2019/10/s3.jpg)
୪. କର୍ଣ୍ଣ ହେୟାର୍ ବା ମକା ଭିତରେ ଥିବା କେଶ ଭଳି ଅଂଶ କିଡ୍ନୀ ଷ୍ଟୋନ୍ ପାଇଁ ଖୁବ୍ ଉପକାରୀ। ଏହାର ବ୍ୟବହାର ଦ୍ୱାରା ଅଧିକ ପରିସ୍ରା ଲାଗିଥାଏ ଓ ପରିସ୍ରା ଯୋଗେ ଷ୍ଟୋନ୍ ଛୋଟ ଛୋଟ ଖଣ୍ଡରେ ବାହାରି ଯାଇଥାଏ। କର୍ଣ୍ଣ ହେୟାର୍କୁ ପାଣିରେ ଫୁଟାଇ ପିଅନ୍ତୁ।
/odisha-reporter/media/post_attachments/wp-content/uploads/2019/10/s5.jpg)
ଏସବୁ ଘରୋଇ ଉପଚାର କରିବା ପୂର୍ବରୁ ଡାକ୍ତରଙ୍କର ପରାମର୍ଶ ଅବଶ୍ୟ ନିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/s1-2.jpg)