Advertisment

ସୁସ୍ଥ ପ୍ରେମୀଙ୍କୁ ଅସୁସ୍ଥ କରିଦିଏ ଚୁମା: ନିବିଡ଼ ହେବା ପୂର୍ବରୁ ପଢି ନିଅନ୍ତୁ ଏହି ଟିପ୍ସ

ପ୍ରେମ। ଏ ଛୋଟିଆ ଶବ୍ଦର ଅନେକ ପରିଭାଷା। ଭାବଦିଆନିଆର ଏ ସଂପର୍କ ଅନେକଙ୍କୁ ପାଗଳ କରି ଦେଇଥାଏ। ଦୁଇଟି ହୃଦୟ ଏକାଠି ହୋଇଯିବା ପରେ ଦୁଇ ମଣିଷ ମାନସିକ ବନ୍ଧନରେ ବାନ୍ଧି ହୋଇଯାଆନ୍ତି। ଆଉ ଧୀରେ ଧୀରେ ଏ ସଂପର୍କ ଭିତରକୁ ଧସେଇ ପଶି ଆସେ ଶାରୀରିକ ସଂପର୍କ। ପ୍ରେମର ପ୍ରଥମ ସୋପାନରେ ଚୁମାରୁ ଆରମ୍ଭ ହୋଇଥାଏ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଶାରୀରିକ ସଂପର୍କ ।  କୁହାଯାଏ, ଏହି ଚୁମ୍ବନ ହିଁ ସଂପର୍କକୁ ଅତି ନିବିଡ଼ କରିଥାଏ। ହୁଏତ […]

ଅଦ୍ୟତନ ହୋଇଛି
ସୁସ୍ଥ ପ୍ରେମୀଙ୍କୁ ଅସୁସ୍ଥ କରିଦିଏ ଚୁମା: ନିବିଡ଼ ହେବା ପୂର୍ବରୁ ପଢି ନିଅନ୍ତୁ ଏହି ଟିପ୍ସ

kiss

Advertisment

ପ୍ରେମ। ଏ ଛୋଟିଆ ଶବ୍ଦର ଅନେକ ପରିଭାଷା। ଭାବଦିଆନିଆର ଏ ସଂପର୍କ ଅନେକଙ୍କୁ ପାଗଳ କରି ଦେଇଥାଏ। ଦୁଇଟି ହୃଦୟ ଏକାଠି ହୋଇଯିବା ପରେ ଦୁଇ ମଣିଷ ମାନସିକ ବନ୍ଧନରେ ବାନ୍ଧି ହୋଇଯାଆନ୍ତି। ଆଉ ଧୀରେ ଧୀରେ ଏ ସଂପର୍କ ଭିତରକୁ ଧସେଇ ପଶି ଆସେ ଶାରୀରିକ ସଂପର୍କ। ପ୍ରେମର ପ୍ରଥମ ସୋପାନରେ ଚୁମାରୁ ଆରମ୍ଭ ହୋଇଥାଏ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଶାରୀରିକ ସଂପର୍କ ।  କୁହାଯାଏ, ଏହି ଚୁମ୍ବନ ହିଁ ସଂପର୍କକୁ ଅତି ନିବିଡ଼ କରିଥାଏ।

Advertisment

ହୁଏତ ଚୁମ୍ବନ ସଂପର୍କକୁ ଶକ୍ତ କରିଥାଏ, ହେଲେ ବେଳେ ବେଳେ ପ୍ରେମୀଯୁଗଳଙ୍କୁ ଖୁବ୍ ମହଙ୍ଗା ପଡେ ଏହି ଚୁମ୍ବନ। କାରଣ ଏହାଦ୍ୱାର ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଭୁତାଣୁ ପ୍ରବେଶ କରିଥାଏ। 

ସଂକ୍ରମଣର ଆଶଙ୍କା

ମୁହଁକୁ ମୁହଁ ଯୋଡ଼ି କିସ୍‌ କରିବା ଦ୍ୱାରା ରୋଗ ସଂକ୍ରମଣର ଆଶଙ୍କା ରହିଥାଏ। ଫଳରେ ଜଣେ ନିରୋଗୀ ପ୍ରେମୀ ରୋଗର ଶିକାର ହେବାର ସମ୍ଭାବନା ରହିଥାଏ।

Advertisment

ଥଣ୍ଡା ଓ କାଶ

ଥଣ୍ଡା ଓ କାଶ ହେବା ସାଧାରଣ କଥା। ଯଦି ଆପଣ ଏହି ସମୟରେ ନିଜ ପାର୍ଟନରକୁ କିସ୍‌ କରୁଥାନ୍ତି, ତାହାହେଲେ ଥଣ୍ଡା କାଶ ତାଙ୍କ ପାଖକୁ ବ୍ୟାପିବାର ଆଶଙ୍କା ରହିଥାଏ।

ଓଠରେ ଘା’

ଯଦି  ପାର୍ଟନର  ଓଠରେ ଘା’ ହୋଇଥାଏ, ତାହାହେଲେ ସେହି ସମୟରେ କିସ୍‌ କରନ୍ତୁ ନାହିଁ। ସେହି ସମୟରେ କିସ୍‌ କଲେ ଜୀବାଣୁ ତାଙ୍କ ମୁହଁରୁ ଆପଣଙ୍କ ମୁହଁକୁ ଚାଲି ଆସିବାର ଆଶଙ୍କା ରହିଥାଏ। ଫଳରେ ପାର୍ଟନରଙ୍କ ଭଳି ଆପଣଙ୍କ ଓଠରେ ମଧ୍ୟ ଘା’ ହୋଇ ଯିବ।

ଦାନ୍ତ ରୋଗ

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଦାନ୍ତକୁ ଠିକ୍‌ରେ ସଫା କରନ୍ତି ନାହିଁ। ଫଳରେ ସେମାନଙ୍କର ମାଢ଼ିରୁ ରକ୍ତ ବାହାରି ଥାଏ ଓ ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ଏଭଳି ସ୍ଥିତିରେ ପାର୍ଟନରକୁ କିସ୍‌ କରିବା ଦ୍ୱାରା ଜୀବାଣୁ ଆପଣ ଦେହକୁ ପ୍ରବେଶ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe