Advertisment

Household Tips: ଆସନ୍ତୁ ଜାଣିବା, ଗୃହିଣୀଙ୍କ ପାଇଁ ୧୦ଟି ଘରକରଣା ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରକରଣା ଏକ ସାଧାରଣ କାମ ନୁହେଁ। ସେଥିରେ ପୁଣି ଆଜିକାଲିର ବ୍ୟସ୍ତମୟ ଜୀବନ। ସମୟ ଅଭାବରୁ ତରବରିଆ ହୋଇ କାମ କଲାବେଳେ ଅନେକ ସମୟରେ ଘରେ ଥିବା ବହୁ  ଜିନିଷ ଓ ଖାଦ୍ୟପେୟ ନଷ୍ଟ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ଏମିତି କିଛି ଘରକରଣା ଟିପ୍ସ ଯାହା ଆପଣଙ୍କ ନିତିଦିନିଆ କାମକୁ ଖୁବ୍ ସହଜ କରିଦେବା ସହ ଜିନିଷ ବା ଖାଦ୍ୟ ସାମଗ୍ରୀଗୁଡ଼ିକୁ ନଷ୍ଟ ହେବାରୁ ବଞ୍ଚାଇବ। ୧) ଆଜିକାଲି ପ୍ରାୟତଃ ସମସ୍ତେ ଅଧିକ ତେଲଜାତୀୟ ଖାଦ୍ୟ […]

author-image
Chinmayee Roy
ଅଦ୍ୟତନ ହୋଇଛି
Household Tips: ଆସନ୍ତୁ ଜାଣିବା, ଗୃହିଣୀଙ୍କ ପାଇଁ ୧୦ଟି ଘରକରଣା ଟିପ୍ସ

gjharakarana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରକରଣା ଏକ ସାଧାରଣ କାମ ନୁହେଁ। ସେଥିରେ ପୁଣି ଆଜିକାଲିର ବ୍ୟସ୍ତମୟ ଜୀବନ। ସମୟ ଅଭାବରୁ ତରବରିଆ ହୋଇ କାମ କଲାବେଳେ ଅନେକ ସମୟରେ ଘରେ ଥିବା ବହୁ  ଜିନିଷ ଓ ଖାଦ୍ୟପେୟ ନଷ୍ଟ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ଏମିତି କିଛି ଘରକରଣା ଟିପ୍ସ ଯାହା ଆପଣଙ୍କ ନିତିଦିନିଆ କାମକୁ ଖୁବ୍ ସହଜ କରିଦେବା ସହ ଜିନିଷ ବା ଖାଦ୍ୟ ସାମଗ୍ରୀଗୁଡ଼ିକୁ ନଷ୍ଟ ହେବାରୁ ବଞ୍ଚାଇବ।

Advertisment

୧) ଆଜିକାଲି ପ୍ରାୟତଃ ସମସ୍ତେ ଅଧିକ ତେଲଜାତୀୟ ଖାଦ୍ୟ ଖାଇବାକୁ ଆଭଏଡ଼ କରୁଛନ୍ତି। ତେଣୁ ଆପଣ ଯଦି ଘରେ କିଛି ଛଣାଛଣି ଜିନିଷ କରୁଛନ୍ତି, ତେବେ ତେଲ ଗରମ ହୋଇଯିବା ପରେ ସେଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଛଣା ହୋଇଥିବା ଖାଦ୍ୟ କମ୍ ତେଲ ଶୋଷିଥାଏ।

fried food୨) କଞ୍ଚାଲଙ୍କାକୁ ଫ୍ରିଜ୍‌ରେ ଖୋଲା ରଖିଲେ ତାହା ଦୁଇ ତିନି ଦିନ ପରେ ଶୁଖିଯାଏ ବା ପଚିଯାଏ। ଜରିରେ ବାନ୍ଧି ରଖିଲେ ମଧ୍ୟ ତାହା ଖରାପ ହୋଇଯାଏ। ତେଣୁ କଞ୍ଚା ଲଙ୍କାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ପ୍ରଥମେ ଲଙ୍କାକୁ ଭଲ ଭାବେ ଧୋଇ ତା ଡେମ୍ଫଗୁଡ଼ିକୁ ଭାଙ୍ଗି ଦିଅନ୍ତୁ। ଏହାକୁ ଏକ ଏୟାର ଟାଇଟ୍ ଡବାରେ ରଖି ବନ୍ଦ କରି ଦିଅନ୍ତୁ। ଏହା ଫ୍ରିଜ୍‌ରେ ୨୦ ଦିନ ପର୍ଯ୍ୟନ୍ତ ରହି ପାରିବ।

Advertisment

୩) ଭେଣ୍ଡିର ଲାଳୁଆ ଅଂଶ କମାଇବାକୁ ଚାହୁଁଥିଲେ, ଭାଜିବା ସମୟରେ ସେଥିରେ ଅଳ୍ପ ଲେମ୍ୱୁ ଚିପୁଡ଼ି ଦିଅନ୍ତୁ। ଦେଖିବେ ଭେଣ୍ଡି ଲାଳୁଆ ହେବନାହିଁ ଏବଂ ଭଲ ଭାବେ ଭାଜି ହୋଇଯିବ।

୪) କଞ୍ଚା କଦଳୀ କାଟିବା ସମୟରେ କଦଳୀ କଷ ବା ଅଠା ଲାଗି ହାତ କଳା ପଡ଼ିଯାଇଥାଏ । ଏହାକୁ ଛଡ଼ାଇବା ଖୁବ୍ କଷ୍ଟକର ହୋଇଥାଏ। ତେଣୁ ଏଥିରୁ ଯଦି ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କଦଳୀ କାଟିବା ପୂର୍ବରୁ ହାତରେ ସୋରିଷ ତେଲ ଲଗାଇ କଦଳୀ କାଟନ୍ତୁ। କଷ ଲାଗିବନି।

୫) ଲେମ୍ବୁକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବାକୁ ଚାହୁଁଥିଲେ, ଏକ ଡବାରେ ଲେମ୍ବୁକୁ ଭର୍ତ୍ତିକରି ଫ୍ରିଜ୍ରେ ରଖିନ୍ତୁ। ଏହାଦ୍ୱାରା ଲେମ୍ବୁ ଅଧିକ ଦିନ ପର୍ୟ୍ୟନ୍ତ ସତେଜ ରହିବ।

choosing right quality egg୬) ଅନେକ ସମୟରେ ଆମେ ଅଣ୍ଡା ଆଣି ଘରେ ରଖିଦେଇଥାଉ । ତାକୁ ରୋଷେଇ କରିବା ସମୟରେ ତାହା ଭଲ ଅଛି କି ନାହିଁ ଜାଣିପାରୁ ନାହିଁ। ତେବେ ଏହା ଜାଣିବା ପାଇଁ ଏକ ପାତ୍ରରେ ପାଣି ନେଇ ଅଣ୍ଡା ରଖନ୍ତୁ। ଯଦି ଅଣ୍ଡା ଭାସିଲା ତେବେ ଆପଣ ଜାଣିବେ ଅଣ୍ଡା ଖରାପ ହୋଇଯାଇଛି। ଆଉ ଯଦି ବୁଡ଼ିଗଲା ତେବେ ଅଣ୍ଡା ଭଲ ଅଛି।

୭) ଡାଲି ଜାତୀୟ ଜିନିଷରେ ଖୁବ୍ ଶୀଘ୍ର ପୋକ ଲାଗିଯାଏ। ତେବେ ଡାଲିରେ ପୋକ ନ ଲାଗିବା ପାଇଁ ଡାଲିରେ ଶୁଖିଲା ଲଙ୍କା ପକାଇ ତାକୁ ବନ୍ଦ କରି ରଖନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ରହିବ।

୮)    ଡାଲମା କରିବା ସମୟରେ କଞ୍ଚା କଦଳୀ ପକାଇଲେ, ଡାଲ୍‌ମା କଳା ପଡ଼ିଯାଏ।  ତେବେ କଞ୍ଚା କଦଳୀକୁ କାଟି ତାକୁ ହଳଦୀ ପାଣିରେ ପକାଇ ଦିଅନ୍ତୁ। ପରେ ଏହାକୁ ଛାଣି ଡାଲମାରେ ବ୍ୟବହାର କରନ୍ତୁ । ଦେଖିବେ ଡାଲମା କଳା ପଡ଼ିବ ନାହିଁ।

lemon୯) ଯଦି ଆପଣ ଫ୍ରିଜ୍‌କୁ ଭଲ ପୋଛିବା ସତ୍ତ୍ୱେ  ସେଥିରୁ ଦୁର୍ଗନ୍ଧ ବାହାରୁଛି ତେବେ ଲେମ୍ବୁକୁ ଫାଳ କରି ଫ୍ରିଜ୍‌ର ଅଲଗା ଅଲଗା ଥାକରେ ରଖିଦିଅନ୍ତୁ, ଦେଖିବେ ଫ୍ରିଜ୍‌ରୁ ଦୁର୍ଗନ୍ଧ ଦୂର ହୋଇଯିବ।

୧୦) ଭୃଷଙ୍ଗ ପତ୍ରକୁ ବହୁତ ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିବା ପାଇଁ ହେଲେ ପ୍ରଥମେ  ଏହାକୁ ପାଣିରେ ଭଲ ଭାବେ ଧୋଇ ଦେଇ କିଛି ସମୟ ଖୋଲା ରଖି ଦିଅନ୍ତୁ। ପତ୍ରରୁ ପାଣି ଛାଡ଼ିବା ପରେ ପତ୍ରଗୁଡ଼ିକୁ ଡେମ୍ଫରୁ ଅଲଗା କରି ଏକ ଏୟାର ଟାଇଟ୍‌ ଡବାରେ ବନ୍ଦ କରି ଫ୍ରିଜ୍‌ରେ ରଖନ୍ତୁ। ଏହାଦ୍ୱାରା ଅଧିକ ଦିନ ପର୍ଯ୍ୟନ୍ତ ଭୃଷଙ୍ଗ ପତ୍ର ସତେଜ ରହିବ।

Household Tips In Odia