ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରକରଣା ଏକ ସାଧାରଣ କାମ ନୁହେଁ। ସେଥିରେ ପୁଣି ଆଜିକାଲିର ବ୍ୟସ୍ତମୟ ଜୀବନ। ସମୟ ଅଭାବରୁ ତରବରିଆ ହୋଇ କାମ କଲାବେଳେ ଅନେକ ସମୟରେ ଘରେ ଥିବା ବହୁ ଜିନିଷ ଓ ଖାଦ୍ୟପେୟ ନଷ୍ଟ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ଏମିତି କିଛି ଘରକରଣା ଟିପ୍ସ ଯାହା ଆପଣଙ୍କ ନିତିଦିନିଆ କାମକୁ ଖୁବ୍ ସହଜ କରିଦେବା ସହ ଜିନିଷ ବା ଖାଦ୍ୟ ସାମଗ୍ରୀଗୁଡ଼ିକୁ ନଷ୍ଟ ହେବାରୁ ବଞ୍ଚାଇବ।
୧) ଆଜିକାଲି ପ୍ରାୟତଃ ସମସ୍ତେ ଅଧିକ ତେଲଜାତୀୟ ଖାଦ୍ୟ ଖାଇବାକୁ ଆଭଏଡ଼ କରୁଛନ୍ତି। ତେଣୁ ଆପଣ ଯଦି ଘରେ କିଛି ଛଣାଛଣି ଜିନିଷ କରୁଛନ୍ତି, ତେବେ ତେଲ ଗରମ ହୋଇଯିବା ପରେ ସେଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଛଣା ହୋଇଥିବା ଖାଦ୍ୟ କମ୍ ତେଲ ଶୋଷିଥାଏ।
୩) ଭେଣ୍ଡିର ଲାଳୁଆ ଅଂଶ କମାଇବାକୁ ଚାହୁଁଥିଲେ, ଭାଜିବା ସମୟରେ ସେଥିରେ ଅଳ୍ପ ଲେମ୍ୱୁ ଚିପୁଡ଼ି ଦିଅନ୍ତୁ। ଦେଖିବେ ଭେଣ୍ଡି ଲାଳୁଆ ହେବନାହିଁ ଏବଂ ଭଲ ଭାବେ ଭାଜି ହୋଇଯିବ।
୪) କଞ୍ଚା କଦଳୀ କାଟିବା ସମୟରେ କଦଳୀ କଷ ବା ଅଠା ଲାଗି ହାତ କଳା ପଡ଼ିଯାଇଥାଏ । ଏହାକୁ ଛଡ଼ାଇବା ଖୁବ୍ କଷ୍ଟକର ହୋଇଥାଏ। ତେଣୁ ଏଥିରୁ ଯଦି ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କଦଳୀ କାଟିବା ପୂର୍ବରୁ ହାତରେ ସୋରିଷ ତେଲ ଲଗାଇ କଦଳୀ କାଟନ୍ତୁ। କଷ ଲାଗିବନି।
୫) ଲେମ୍ବୁକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବାକୁ ଚାହୁଁଥିଲେ, ଏକ ଡବାରେ ଲେମ୍ବୁକୁ ଭର୍ତ୍ତିକରି ଫ୍ରିଜ୍ରେ ରଖିନ୍ତୁ। ଏହାଦ୍ୱାରା ଲେମ୍ବୁ ଅଧିକ ଦିନ ପର୍ୟ୍ୟନ୍ତ ସତେଜ ରହିବ।
୭) ଡାଲି ଜାତୀୟ ଜିନିଷରେ ଖୁବ୍ ଶୀଘ୍ର ପୋକ ଲାଗିଯାଏ। ତେବେ ଡାଲିରେ ପୋକ ନ ଲାଗିବା ପାଇଁ ଡାଲିରେ ଶୁଖିଲା ଲଙ୍କା ପକାଇ ତାକୁ ବନ୍ଦ କରି ରଖନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ରହିବ।
୮) ଡାଲମା କରିବା ସମୟରେ କଞ୍ଚା କଦଳୀ ପକାଇଲେ, ଡାଲ୍ମା କଳା ପଡ଼ିଯାଏ। ତେବେ କଞ୍ଚା କଦଳୀକୁ କାଟି ତାକୁ ହଳଦୀ ପାଣିରେ ପକାଇ ଦିଅନ୍ତୁ। ପରେ ଏହାକୁ ଛାଣି ଡାଲମାରେ ବ୍ୟବହାର କରନ୍ତୁ । ଦେଖିବେ ଡାଲମା କଳା ପଡ଼ିବ ନାହିଁ।
୧୦) ଭୃଷଙ୍ଗ ପତ୍ରକୁ ବହୁତ ଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ରଖିବା ପାଇଁ ହେଲେ ପ୍ରଥମେ ଏହାକୁ ପାଣିରେ ଭଲ ଭାବେ ଧୋଇ ଦେଇ କିଛି ସମୟ ଖୋଲା ରଖି ଦିଅନ୍ତୁ। ପତ୍ରରୁ ପାଣି ଛାଡ଼ିବା ପରେ ପତ୍ରଗୁଡ଼ିକୁ ଡେମ୍ଫରୁ ଅଲଗା କରି ଏକ ଏୟାର ଟାଇଟ୍ ଡବାରେ ବନ୍ଦ କରି ଫ୍ରିଜ୍ରେ ରଖନ୍ତୁ। ଏହାଦ୍ୱାରା ଅଧିକ ଦିନ ପର୍ଯ୍ୟନ୍ତ ଭୃଷଙ୍ଗ ପତ୍ର ସତେଜ ରହିବ।