Advertisment

ଘରେ ପ୍ରସ୍ତୁତ କରନ୍ତୁ ବାମ୍ବୋ ଚିକେନ୍‌ ରାଇସ୍‌

ଆବଶ୍ୟକ ସାମଗ୍ରୀ: ବାଉଁଶ ଖଣ୍ଡ, ଆଲମୁନିୟମ ପେପର ଫଏଲ୍‌, ଚିକେନ୍‌, ଅରୁଆ ଚାଉଳ, ପିଆଜ, ଅଦା,ରସୁଣ, ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ, ତେଜପତ୍ର, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଅଳେଇଚ, ଗରମ ମସଲା ଓ ରିଫାଇନ ତେଲ, ଅଟା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଉଁଶ ଖଣ୍ଡକୁ ଭଲ ଭାବେ ଧୋଇ ଆଲମୁନିୟମ ପେପର ଫଏଲ୍‌ରେ ଗୁଡ଼ାଇ ଦିଅନ୍ତୁ। ଚିକେନ୍‌ରେ ଲୁଣହଳଦୀ ପକାଇ ମ୍ୟାରିନେଟ୍‌ କରି ରଖିବା ସହ ଅରୁଆ ଚାଉଳକୁ ପାଣିରେ ଭିଜାଇ ଦିଅନ୍ତୁ। ଚାଉଳକୁ […]

ଘରେ ପ୍ରସ୍ତୁତ କରନ୍ତୁ ବାମ୍ବୋ ଚିକେନ୍‌ ରାଇସ୍‌

bbb-2

Advertisment

ଆବଶ୍ୟକ ସାମଗ୍ରୀ:ବାଉଁଶ ଖଣ୍ଡ, ଆଲମୁନିୟମ ପେପର ଫଏଲ୍‌, ଚିକେନ୍‌, ଅରୁଆ ଚାଉଳ, ପିଆଜ, ଅଦା,ରସୁଣ, ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ, ତେଜପତ୍ର, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଅଳେଇଚ, ଗରମ ମସଲା ଓ ରିଫାଇନ ତେଲ, ଅଟା।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଉଁଶ ଖଣ୍ଡକୁ ଭଲ ଭାବେ ଧୋଇ ଆଲମୁନିୟମ ପେପର ଫଏଲ୍‌ରେ ଗୁଡ଼ାଇ ଦିଅନ୍ତୁ। ଚିକେନ୍‌ରେ ଲୁଣହଳଦୀ ପକାଇ ମ୍ୟାରିନେଟ୍‌ କରି ରଖିବା ସହ ଅରୁଆ ଚାଉଳକୁ ପାଣିରେ ଭିଜାଇ ଦିଅନ୍ତୁ। ଚାଉଳକୁ ଛାଣି ମ୍ୟାରିନେଟ୍‌ ଚିକେନ୍‌, କଟା ପିଆଜ, ଅଦାରସୁଣ ବଟା, ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକେଇ ଗୋଳାନ୍ତୁ। ତା’ ପରେ ସେଥିରେ ପିଆଜ ଭଜା, ତେଜପତ୍ର, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଅଳେଇଚ ପକାନ୍ତୁ। ଗରମ ମସଲା ଓ ରିଫାଇନ ତେଲ ପକାଇ ଭଲ ଭାବେ ମିଶାନ୍ତୁ।

ପ୍ରଥମେ ବାଉଁଶ ନଳି ଭିତରେ ଭଲ ଭାବେ ରିଫାଇନ୍‌ ତେଲ ମାରି ମସଲା ଗୋଳା ଅରୁଆ ଚାଉଳ ଚିକେନ୍‌କୁ ପୂରାନ୍ତୁ। ବାଉଁଶ ନଳି ମୁହଁକୁ ଅଟା ଚକଟାରେ ସିଲ୍‌ କରି ରଡ଼ ନିଆଁରେ ରଖନ୍ତୁ। ପ୍ରାୟ ୩୦ ମିନିଟ୍‌ରେ ଏହା ପ୍ରସ୍ତୁତ ହୋଇଯିବ। ଏବେ ଗରମାଗରମ ବାମ୍ବୋ ଚିକେନ୍‌ ରାଇସ୍‌ ପରଷନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe