Advertisment

ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ କଷ୍ଟାଡ

ଆବଶ୍ୟକ ସାମଗ୍ରୀ: କ୍ଷୀର-୧ ଲିଟର, କଷ୍ଟାଡ ପାଉଡର-୩ ଚାମଚ, ଚିନି- ହାଫ କପ୍‌, ବ୍ରେଡ-୮ ପିସ୍‌, ସାମାନ୍ୟ ବଟର, ଆବଶ୍ୟକ ଅନୁଯାୟୀ ଡ୍ରାଏ ଫ୍ରୁଟସ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ ଏକ କରେଇ ବସାଇ ୧ ଲିଟର କ୍ଷୀର ଢାଳନ୍ତୁ। କ୍ଷୀର ସାମାନ୍ୟ ଉଷୁମ ହେବା ପରେ ଏକ ପାତ୍ରରେ ୨ରୁ ୩ ଚାମଚ କଷ୍ଟାଡ ପାଉଡର ନେଇ କିଛି କ୍ଷୀର ମିଶାନ୍ତୁ। ଏହାପରେ ସବୁ ମିଶ୍ରଣକୁ  କରେଇରେ ଢାଳି ଆସ୍ତେ ଆସ୍ତେ ଗୋଳାନ୍ତୁ। ଏହା ବହଳିଆ […]

ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ କଷ୍ଟାଡ

bread-1

Advertisment

ଆବଶ୍ୟକ ସାମଗ୍ରୀ: କ୍ଷୀର-୧ ଲିଟର, କଷ୍ଟାଡ ପାଉଡର-୩ ଚାମଚ, ଚିନି- ହାଫ କପ୍‌, ବ୍ରେଡ-୮ ପିସ୍‌, ସାମାନ୍ୟ ବଟର, ଆବଶ୍ୟକ ଅନୁଯାୟୀ ଡ୍ରାଏ ଫ୍ରୁଟସ୍‌।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ ଏକ କରେଇ ବସାଇ ୧ ଲିଟର କ୍ଷୀର ଢାଳନ୍ତୁ। କ୍ଷୀର ସାମାନ୍ୟ ଉଷୁମ ହେବା ପରେ ଏକ ପାତ୍ରରେ ୨ରୁ ୩ ଚାମଚ କଷ୍ଟାଡ ପାଉଡର ନେଇ କିଛି କ୍ଷୀର ମିଶାନ୍ତୁ। ଏହାପରେ ସବୁ ମିଶ୍ରଣକୁ  କରେଇରେ ଢାଳି ଆସ୍ତେ ଆସ୍ତେ ଗୋଳାନ୍ତୁ। ଏହା ବହଳିଆ ହୋଇଯିବା ପରେ ହାଫ କପ୍‌ ଚିନି ମିଶାନ୍ତୁ। ଏହା ଫୁଟିବା ଆରମ୍ଭ କରିବା ମାତ୍ରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଅନ୍ୟ ଏକ ପାତ୍ରରେ ବାହାର କରି ଦିଅନ୍ତୁ। ଏହାପରେ ଏହାକୁ ଘୋଡ଼ାଇ ୪ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ।

ଏହାପରେ ଅନ୍ୟ ଏକ ପାତ୍ରରେ ୮ ପିସ୍‌ ବ୍ରେଡ ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ଏହାପରେ ଗ୍ୟାସ୍‌ ଉପରେ ଏକ ପ୍ୟାନ୍‌ ବସାଇ ବଟର ଦିଅନ୍ତୁ। ସେଥିରେ ବ୍ରେଡ ପକାଇ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରି ଦିଅନ୍ତୁ। ଏହାପରେ ଫ୍ରିଜରୁ କଷ୍ଟାଡକୁ ବାହାର କରି  ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ସେଥିରେ କଟା କାଜୁ, ପିସ୍ତା, ବାଦାମ, କିସମିସ, କିଛି ଖଜୁରୀ ମିଶାଇ ଦିଅନ୍ତୁ।

Advertisment

ଏହାପରେ ଅନ୍ୟ ଏକ ପାତ୍ରରେ ତଳେ ବ୍ରେଡ ପିସକୁ ରଖନ୍ତୁ। ତା ଉପରେ କଷ୍ଟାର୍ଡ  ଲେୟର ଦିଅନ୍ତୁ। ଏହାଉପରେ କିଛି ଡ୍ରାଏ ଫ୍ରୁଟ ପକାଇ ସଜାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ବ୍ରେଡ କଷ୍ଟାଡ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe