Dahi vada-1
ଦହି ବରା ଏକ ଏଭଳି ଖାଦ୍ୟ, ଯାହାକୁ ସମସ୍ତେ ଯେକୌଣସି ଦିନ ବି ଖାଇବାକୁ ପସନ୍ଦ କରନ୍ତି। ଘରେ ହେଉ ଅବା ଭୋଜିଭାତ, ସବୁଠୁ ଦହି ବରାର ଚାହିଦା ଢ଼େର ଅଧିକା। ସାଧାରଣତଃ ବିରିରେ ଦହି ବରା ତିଆରି ହୁଏ କିନ୍ତୁ ବ୍ରେଡ୍ରେ ମଧ୍ୟ ଖୁବ୍ ସହଜରେ ଘରେ ଫଟାଫଟ ଦହିବରା ତିଆରି ହୋଇପାରିବ । ତେବେ ଆସନ୍ତୁ ଜାଣିବା ବ୍ରେଡ ଦହି ବରାର ସମାଗ୍ରୀ ଏବଂ ପ୍ରସ୍ତୁତି ପ୍ରଣାଳୀ ବଷୟରେ।
ସାମଗ୍ରୀ: ୪ ପିସ୍ ବ୍ରେଡ୍, ୩/୪ କପ୍ ଦହି, ଆବଶ୍ୟକ ଅନୁସାରେ ଧନିଆ ଚଟଣୀ, ଆବଶ୍ୟକ ଅନୁସାରେ କଞ୍ଚା ଲଙ୍କା, ଆବଶ୍ୟକ ଅନୁସାରେ ତେନ୍ତୁଳି ଚଟଣୀ, ୧ ଛୋଟ ଚାମଚ ଚିନି, ୧ଛୋଟ ଚାମଚ ଆମଚୁର ପାଉଡର, ୧ ବଡ ଚାମଚ ଧନିଆ ପତ୍ର, ୨ଟି ସିଝା ଆଳୁ, ଆବଶ୍ୟକ ଅନୁସାରେ ଲୁଣ ଏବଂ ଆବଶ୍ୟକ ଅନୁସାରେ କଳା ଲୁଣ।/odisha-reporter/media/post_attachments/wp-content/uploads/2021/01/dahi-vada-2.jpg)
ପ୍ରସ୍ତୁତି ପ୍ରଣାଳୀ: ଏକ ବଡ ପାତ୍ରରେ ସିଝା ଆଳୁକୁ ଦଳି ଦିଅନ୍ତୁ । ଏଥିରେ କଞ୍ଚା ଲଙ୍କା, ଆମଚୁର ପାଉଡର, କିଶମିସ, ଜିରା ଏବଂ ଲୁଣ ପକାନ୍ତୁ । ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଆଉ ଏକ ପାତ୍ରରେ ଦହିରେ ଚିନି ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ସିଝା ଆଳୁର ମିଶ୍ରଣକୁ ଗୋଲ ଗୋଲ ଆକର ଦେଇ ବ୍ରେଡ୍ ପିସ୍ରେ କଭର କରିଦିଅନ୍ତୁ । ଏହାପରେ ଏକ ଫ୍ରାଇଂ ପ୍ୟାନ୍ରେ ଅଳ୍ପ ଘିଅ ପକାଇ ଏହି ବ୍ରେଡ୍ ବରାଗୁଡିକୁ ଭାଜନ୍ତୁ । ଭାଜି ହୋଇସାରିବା ପରେ ପ୍ଲେଟକୁ ବାହାର କରି ସେଥିରେ ମିଟା ଦହି, ତେନ୍ତୁଳି ଚଟଣୀ, ଧନିଆ ଏବଂ ଜିରା ପାଉଡର ଓ ଲଙ୍କା ଗୁଣ୍ଡ ପକାନ୍ତୁ। ପରେ ତା'ଉପରେ ଧନିଆ ପତ୍ର ଏବଂ କଳା ଲୁଣ ପକାଇ ପରଷନ୍ତୁ।/odisha-reporter/media/post_attachments/wp-content/uploads/2021/01/dahi-vada-3.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/Dahi-vada-1.jpg)