Advertisment

‘ଚିକେନ୍ ନଡ଼ିଆ ରସା’

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଡାଲ୍‌ଚିନି, ଗୋଲ ମରିଚ, ତେଲ,  ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ, ତେଜପତ୍ର, ଅଦ, ରସୁଣ ପେଷ୍ଟ୍‌, ନଡ଼ିଆ ରସ । ପ୍ରସ୍ତୁତି ପ୍ରଣାଳୀ:   ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ପକାନ୍ତୁ। ଏହା ସହିତ ସେଥିରେ କିଛି କଟା ପିଆଜ ଓ ଟମାଟୋ ପକାଇ ଭାଜନ୍ତୁ। ପିଆଜ ଟିକେ ଲାଲ୍‌ […]

author-image
Tapaswini Nayak
‘ଚିକେନ୍ ନଡ଼ିଆ ରସା’

coconut chicken

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଡାଲ୍‌ଚିନି, ଗୋଲ ମରିଚ, ତେଲ,  ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ, ତେଜପତ୍ର, ଅଦ, ରସୁଣ ପେଷ୍ଟ୍‌, ନଡ଼ିଆ ରସ ।

Advertisment

ପ୍ରସ୍ତୁତି ପ୍ରଣାଳୀ:   ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ପକାନ୍ତୁ। ଏହା ସହିତ ସେଥିରେ କିଛି କଟା ପିଆଜ ଓ ଟମାଟୋ ପକାଇ ଭାଜନ୍ତୁ।

ପିଆଜ ଟିକେ ଲାଲ୍‌ ହୋଇଯିବା ପରେ ସେଥିରେ ଅଦା, ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମସଲାକୁ ଭଲ ଭାବେ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ।

Advertisment

ଚିକେନ୍‌ ଭଲ ଭାବେ କଷି ହୋଇଯିବା ପରେ ସେଥିରେ ନଡ଼ିଆ ରସ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ  ଅଳ୍ପ ପାଣି  ଦେଇ ଢାଙ୍କୁଣି ଢାଙ୍କି ଦିଅନ୍ତୁ। ୨୦ରୁ ୨୫ ମିନିଟ୍‌ ପରେ କରେଇକୁ ଗ୍ୟାସ୍‌ରୁ ଓହ୍ଲାଇ ଆଣନ୍ତୁ। ସେଥିରେ ଧନିଆ ପତ୍ରକୁ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ୍ ନଡ଼ିଆ ରସା’।