/odisha-reporter/media/post_attachments/uploads/2020/11/malpua.jpg)
malpua
ଆଜି ଶୁଭ ଦୀପାବଳି। ହିନ୍ଦୁ ପରମ୍ପରାରେ ଦୀପାବଳିର ମହତ୍ୱ ଢେର୍ ଅଧିକ। ଦୀପାବଳି ସୁଖ, ଶାନ୍ତି, ଧନ, ଜନ, ସତ୍ୟ, ଧର୍ମ ଆଉଉ ଆଲୋକର ପର୍ବ। ତେବେ ସୁସ୍ୱାଦୁ ବ୍ୟଞ୍ଜନ ବିନା ଉତ୍ସବ ପାଳନ କିନ୍ତୁ ଅପୁରା ଅପୁରା ଲାଗିବ। ଏଥିପାଇଁ ଆଜି ଶୁଭ ଦୀପାବଳି ଅବସରରେ ଆସନ୍ତୁ ପାଟି ସୁଆଦିଆ ମାଲପୁଆ ବନେଇବା। ନିଜେ ଖାଇବା ଆଉ ଅନ୍ୟକୁ ମଧ୍ୟ ଖୁଆଇବା। ହେଲେ କେମିତି! ଆସନ୍ତୁ ଶିଖିବା...
ମାଲପୁଆ ସମସ୍ତଙ୍କୁ ପସନ୍ଦ। ଯଦି ଆପଣଙ୍କ ଘରେ କୁଣିଆ ଅଛନ୍ତି, ତା'ହେଲେ ମାଲପୁଆ ଖୁଆଇ ସମସ୍ତଙ୍କୁ ମୁହଁ ମିଠା କରାନ୍ତୁ। ଏହାଛଡ଼ା ନିଜ ପଡ଼ୋଶୀମାନଙ୍କୁ ମଧ୍ୟ ଦୀପାବଳି ମିଠା ଭେଟି ଭାବେ ମାଲପୁଆ ଦେଇପାରିବେ। କରୋନା ସଙ୍କଟ ଏବେ ବି ଲାଗି ରହିଛି। ବଜାରରୁ ମିଠା ନ ଆଣି ଘରେ ମାଲପୁଆ ତିଆରି କରନ୍ତୁ। ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍ ସହଜ।
/odisha-reporter/media/post_attachments/vi/UHYGGmkkM8w/maxresdefault.jpg)
ଆବଶ୍ୟକ ସାମଗ୍ରୀ-
-୨୫୦ ଗ୍ରାମ ଗହମ ଅଟା
-୧୦୦ ଗ୍ରାମ କ୍ଷୀର
-୧୦୦ ଗ୍ରାମ ଚିନି
-୪ ଟି-ସ୍ପୁନ୍ ଦେଶୀ ଘିଅ
ପ୍ରସ୍ତୁତି ପ୍ରଣାଳୀ-
-ପ୍ରଥମେ ଗୋଟିଏ ପାତ୍ରରେ କ୍ଷୀର ଏବଂ ଚିନି ପକାନ୍ତୁ। ଚିନି କ୍ଷୀରରେ ମିଶିଯିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
-ଏହାପରେ ସେଥିରେ ଧୀରେ ଧୀରେ ଅଟା ମିଶାନ୍ତୁ ଏବଂ ମିଶ୍ରଣକୁ ଘାଣ୍ଟୁଥାନ୍ତୁ। ଧ୍ୟାନ ରଖିବେ ଯେପରି ମିଶ୍ରଣରେ କୌଣସି ବିଣ୍ଡା ରହି ନ ଯାଉ।
-ଯେପର୍ଯ୍ୟନ୍ତ ମିଶ୍ରଣ ଚିକଣ ନ ହେଇଛି ଲଗାତର ଫେଣ୍ଟୁଥାନ୍ତୁ। ଯେତେ ଫେଣ୍ଟିବେ ମିଶ୍ରଣ ସେତେ ଭଲ ହେବ।
-ଏବେ ପ୍ୟାନରେ ରିଫାଇନ୍ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେଇଗଲା ପରେ ଗୋଟିଏ ବଡ଼ ଚାମଚରେ ମିଶ୍ରଣ ନେଇ ମାଲପୁଆ ଆକାର ଦେଇ ସିଧା ଗରମ ତେଲରେ ପକାନ୍ତୁ ଓ ଚାରି କଡ଼ରୁ ତେଲ ଚହଲାଇ ଚହଲାଇ ଛାଣନ୍ତୁ।
-ମାଲପୁଆ ଦୁଇ ପଟରୁ ବ୍ରାଉନ୍ ହୋଇଯିବା ପରେ ଏହାକୁ ଛାଣି ପ୍ଲେଟରେ ରଖନ୍ତୁ।
-ଆପଣ ଏଥିରେ ରାବିଡି ଢାଳି ଖାଇଲେ ଖୁବ୍ ସୁଆଦିଆ ଲାଗିବ।
-ନଚେତ୍ ଆପଣ ଚିନି ସିରା ପ୍ରସ୍ତୁତ କରି ମାଲପୁଆ ଉପରେ ଢାଳି ମଧ୍ୟ ଖାଇପାରିବେ। ସିରାରେ ଅଳେଇଚ ଏବଂ କେସର ମିଶାଇଲେ ଏହାର ବାସ୍ନା ଆଉ ସ୍ୱାଦ ଆହୁରି ବଢ଼ିଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
