ଓଡ଼ିଶା ରିପୋର୍ଟର୍: ଦଶହରା ପୂଜା ଛୁଟିରେ ଆପଣ ଘରେ ଭିନ୍ନ ଭିନ୍ନ ସ୍ୱାଦର ଖାଦ୍ୟ ସାମଗ୍ରୀ ନିଶ୍ଚୟ ପ୍ରସ୍ତୁତ କରୁଥିବେ। ଘରକୁ ଅତିଥି ଆସିବାର ଥିଲେ, ତାଙ୍କୁ କ'ଣ ଖାଇବାକୁ ଦେବେ, ଅନେକଙ୍କୁ ସେହି ଚିନ୍ତା ମଧ୍ୟ ଘାରିଥାଏ। ତେବେ ଘରେ ନବରତ୍ନ ପଲାଉ କିପରି ତିଆରି କରିବେ, ଆଜି ଆମେ ଆପଣଙ୍କୁ ସେସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ବାସୁମତୀ ଅରୁଆ ଚାଉଳ, ଆଳୁ, ଫୁଲକୋବି, ଗାଜର୍, ବିନ୍ସ୍, ମଟର ଛୁଇଁ ଦାନା, ପନିର୍, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ସାହାଜିରା, ଡାଲଚିନି, ଗୁଜୁରାତି, ଅଳେଇଚ, ତେଜପତ୍ର, ଗୋଟା ଗୋଲମରିଚ, ହଳଦୀଗୁଣ୍ଡ, ଘିଅ, ଚିନି ଓ ଲୁଣ।
ଏବେ ଆଉ ଗୋଟିଏ ପାତ୍ରରେ ଘିଅ ଗରମ କରି ସେଥିରେ ତେଜପତ୍ର, ଗୋଲମରିଚ ଓ ସାହାଜିରା ପକାନ୍ତୁ। ଏହାପରେ ଡାଲଚିନି, ଗୁଜୁରାତି ଓ ଅଳେଇଚକୁ ଛେଚି ପକାନ୍ତୁ। ବର୍ତ୍ତମାନ କଟା ପିଆଜ ପକାନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଛେଚି ସେଥିରେ ପକାନ୍ତୁ। ଏହାକୁ ଅଳ୍ପ ସମୟ ଭାଜିବା ପରେ ସେଥିରେ ଚାଉଳ ଓ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ପନିର ଭଜାଗୁଡ଼ିକୁ ଏଥିରେ ପକାଇ ଦିଅନ୍ତୁ। ବର୍ତ୍ତମାନ ଚାଉଳର ଦୁଇଗୁଣା ପାଣି ଦେଇ ଅଳ୍ପ ଲୁଣ ଓ ଚିନି ପକାଇ ଢାଙ୍କୁଣୀ ଦେଇ ଦିଅନ୍ତୁ। ଏହାକୁ କମ୍ ଆଞ୍ଚରେ ସିଝିବାକୁ ଛାଡ଼ି ଦିଅନ୍ତୁ।