ଦହି ପୋଦିନା ମାଛ

ମାଛ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଘରେ ଘରେ ମାଛକୁ ନେଇ ଅନେକ ରେସିପି ମଧ୍ୟ ତିଆରି ହୁଏ। ମାଛ ଭଜା ତ ଆଉ କେତେବେଳେ ତରକାରୀ କରି ବିଭିନ୍ନ ଢ଼ଙ୍ଗରେ ଆପଣମାନେ ରେଷଇ ମଧ୍ୟ କରିଥିବେ। ତେବେ ଆମେ ଆପଣଙ୍କୁ ମାଛର ଏକ ନୂଆ ରେସିପି ବିଷୟରେ କହୁବାକୁ ଯାଉଛି, ଯାହାର ନାଁ ହେଲା `ଦହି ପୋଦିନା ମାଛ’। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା। ସାମଗ୍ରୀ: ରୋହି ମାଛ-୧ କିଲୋ, […]

Fish Hara masala

Madhupriya Mistry
  • Published: Tuesday, 06 April 2021
  • , Updated: 06 April 2021, 04:00 PM IST

ମାଛ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଘରେ ଘରେ ମାଛକୁ ନେଇ ଅନେକ ରେସିପି ମଧ୍ୟ ତିଆରି ହୁଏ। ମାଛ ଭଜା ତ ଆଉ କେତେବେଳେ ତରକାରୀ କରି ବିଭିନ୍ନ ଢ଼ଙ୍ଗରେ ଆପଣମାନେ ରେଷଇ ମଧ୍ୟ କରିଥିବେ। ତେବେ ଆମେ ଆପଣଙ୍କୁ ମାଛର ଏକ ନୂଆ ରେସିପି ବିଷୟରେ କହୁବାକୁ ଯାଉଛି, ଯାହାର ନାଁ ହେଲା `ଦହି ପୋଦିନା ମାଛ'। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା।

[caption id="attachment_633227" align="aligncenter" width="650"] ଦହି ପୋଦିନା ମାଛ[/caption]

ସାମଗ୍ରୀ: ରୋହି ମାଛ-୧ କିଲୋ, ଦହି-୧ କପ୍‌, ସୋରିଷ ବଟା-୧ କପ୍‌,୧/୨ ଚାମଚ ହଳଦି ଗୁଣ୍ଡ, ପୋଦିନା ବଟା- ୧କପ୍‌, ୨ ଚାମଚ କଟା ପିଆଜ, କଞ୍ଚା ଲଙ୍କା ୩ରୁ ୪ଟି, ଖୁଖିଲା ଲଙ୍କା-୩ରୁ ୪ଟି,ସ୍ୱାଦ ଅନୁଯାୟୀ ଲୁଣ ଓ କିଛି ପଞ୍ଚ ଫୁଟଣ।

ପୋଦିନା ପତ୍ର, କଞ୍ଚା ଲଙ୍କା, ଦହି ଓ ରଷୁଣ ମିଶାଇ ପୋଦିନା ପେଷ୍ଟ ତିଆରି କରନ୍ତୁ। ସେହିପରି ସୋରିଷ, ରଷୁଣ ଓ କଞ୍ଚାଲଙ୍କା ମିଶାଇ ସୋରିଷ ବଟା ତିଆରି କରନ୍ତୁ।

ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ସେଥିରେ ଦହି, ସୋରିଷ ବଟା, ହଳଦି ଗୁଣ୍ଡ, ପୋଦିନା ବଟା, କଟା ପିଆଜ, କଞ୍ଚା ଲଙ୍କା, ୨ରୁ ୩ ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସ୍‌ ଅନ୍‌ କରି କଡେଇ ବସାନ୍ତୁ।  ସେଥିରେ ୩ରୁ ୪ ଚାମଚ ତେଲ ପକାନ୍ତୁ। ତେଣ ଗରମ ହେବା ପରେ ସେଥିରେ ଫୁଟଣ ପକାନ୍ତୁ ଓ ତା'ପରେ ଶୁଖିଲା ଲଙ୍କା ପକାନ୍ତୁ। ଏହାପରେ ମାଛର ମିଶ୍ରଣକୁ ସେଥିରେ ପକାଇ ଅଳ୍ପ ଗୋଳାଇ ଢ଼ାଙ୍କି ଦିଅନ୍ତୁ। ୧୫ରୁ ୨୦ ମିନିଟ୍‌ ପରେ ପ୍ଲେଟକୁ କାଢ଼ି ଗରମ ଗରମ ପରଷନ୍ତୁ ଦହି ପୋଦିନା ମାଛ।

ତଥ୍ୟ-(ଟେଷ୍ଟ ଅଫ୍‌ ଓଡ଼ିଶା, ଓଟିଭି)

Related story