Advertisment

ରୋହି ମାଛ ପୋସ୍ତ

ଅଧିକାଂଶ ଲୋକଙ୍କୁ ମାଛ ଖାଇବା ବେଶ୍‌ ଭଲ ଲାଗେ। ମାଛକୁ ବିଭିନ୍ନ ପ୍ରକାରର ରୋଷେଇ କରି ସମସ୍ତେ ଖାଆନ୍ତି। କିଏ ମାଛକୁ ତେଲରେ ଡିପ୍‌ ଫ୍ରାଏ କରି ଖାଏ ତ ଆଉ କିଏ ତରକାରୀ କରି। କିନ୍ତୁ ଆମେ ଆପଣଙ୍କ ପାଇଁ ମାଛର ଏକ ନୂଆ ରେସିପି ଆଣିଛୁ, ଯାହାର ନାଁ ହେଲା ରୋହି ମାଛ ପୋସ୍ତ। ନାଁ ଯେମିତି ଏହାର ଟେଷ୍ଟ ବି ସେମିତି। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି। ସାମଗ୍ରୀ: ରୋହି ମାଛ […]

ରୋହି ମାଛ ପୋସ୍ତ

Fish curry

Advertisment

ଅଧିକାଂଶ ଲୋକଙ୍କୁ ମାଛ ଖାଇବା ବେଶ୍‌ ଭଲ ଲାଗେ। ମାଛକୁ ବିଭିନ୍ନ ପ୍ରକାରର ରୋଷେଇ କରି ସମସ୍ତେ ଖାଆନ୍ତି। କିଏ ମାଛକୁ ତେଲରେ ଡିପ୍‌ ଫ୍ରାଏ କରି ଖାଏ ତ ଆଉ କିଏ ତରକାରୀ କରି। କିନ୍ତୁ ଆମେ ଆପଣଙ୍କ ପାଇଁ ମାଛର ଏକ ନୂଆ ରେସିପି ଆଣିଛୁ, ଯାହାର ନାଁ ହେଲା ରୋହି ମାଛ ପୋସ୍ତ। ନାଁ ଯେମିତି ଏହାର ଟେଷ୍ଟ ବି ସେମିତି। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି।

Advertisment

ସାମଗ୍ରୀ: ରୋହି ମାଛ ୫୦୦ ଗ୍ରାମ, ଏକ ଚାମଟ ହଳଦୀ ଗୁଣ୍ଡ, ୩ରୁ ୪ଟି କଞ୍ଚା ଲଙ୍କା, ଏକ କପ୍‌ ପୋସ୍ତ ବଟା, ୩ରୁ ୪ଟି କଟା ପିଆଜ ତେଲ ଏକ କପ୍‌, ଲୁଣ ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରୋହି ମାଛରେ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ଗରମ ତେଲରେ ଅଳ୍ପ ଛାଣି ରଖନ୍ତୁ। ଏହାପରେ ପ୍ୟାନ୍‌ରେ ତେଲ ଗରମ କରି ସଥିରେ ଜିରା, କଟା ପିଆଜ, କଞ୍ଚା ଲଙ୍କା ଓ ଗୋଟା ରସୁଣ ପାଖୁଡା ପକାଇ ଭାଜନ୍ତୁ। ଏ ସବୁ ଭାଜି ହେବା ପରେ ଛଣା ମାଛକୁ ସେଥିରେ ପକାଇ ତା'ପରେ କଟା ଟମାଟ ଓ ଲୁଣ ପକାଇ ଭାଜନ୍ତୁ। ପରେ ଏଥିରେ ପୋସ୍ତ ବଟାକୁ ପକାଇ କିଛି ସମୟ କଷନ୍ତୁ। ଏହାପରେ ସେଥିରେ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଘୋଡାଇ ଦିଅନ୍ତୁ। ଦୁଇରୁ ତିନି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ରୋହି ମାଛ ପୋସ୍ତ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe