Dahi-Chicken-Bhaja
ଆବଶ୍ୟକସାମଗ୍ରୀ: ଚିକେନ୍, ଅଦା ବଟା, ରସୁଣ ବଟା, ପିଆଜ ବଟା, ଦହି, ରିଫାଇନ ତେଲ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗୋଟା ଗୋଲମରିଚ, କଟା ପିଆଜ, କଟା କଞ୍ଚାଲଙ୍କା ,କଟା ଅଦା, ଗୋଲମରିଚ ଗୁଣ୍ଡ
ପ୍ରସ୍ତୁତିପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା, ରସୁଣ ଓ ପିଆଜ ବଟା ସହିତ ଦହି, ରିଫାଇନ ତେଲ ଏବଂ ଜିରାଗୁଣ୍ଡ ପକାଇ ଗୋଳାନ୍ତୁ ଦିଅନ୍ତୁ। ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଗୋଟା ଗୋଲମରିଚ ପକାଇ ଭଲ ଭାବରେ ଗୋଳାଇ କିଛି ସମୟ ରଖି ଦିଅନ୍ତୁ।
ଏହାପରେ କରେଇରେ ତେଲ କରନ୍ତୁ। ତେଲ ଗରମ ହୋଇଯିବା ପରେ ମସଲା ଗୋଳା ଚିକେନକୁ ସେଥିରେ ପକାନ୍ତୁ। ଚିକେନ ଅଳ୍ପ ସିଝିଗଲା ପରେ କଟା ପିଆଜ, କଟା କଞ୍ଚାଲଙ୍କା ଓ କଟା ଅଦା ପକାଇ ତାକୁ ଗୋଳାଇ ଦିଅନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ଘୋଡଣୀ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଗୋଲମରିଚ ଗୁଣ୍ଡ ପକାଇ କରେଇକୁ ତଳକୁ ଓଲ୍ଲାହି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଚିକେନ ଭଜା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/Dahi-Chicken-Bhaja.jpg)