masroom-cripsy-fish-fry
ଆବଶ୍ୟକ ସାମଗ୍ରୀ:ମାଛ, ରସୁଣ, ଧନିଆ ପତ୍ର, କାଜୁ, ଲୁଣ, ଅଏଲ, ମସରୁମ, ଚିଲି ଫ୍ଲେକ୍ସ, କର୍ଣଫ୍ଲୋର, ଚାଉଳ ଗୁଣ୍ଡ, ଲେମନ ଗ୍ରାସ,
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଧନିଆ ପତ୍ର, ରସୁଣ, କାଜୁ, ଲୁଣ, ତେଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ରେସିପି ପାଇଁ ପେଟି ମାଛ ନିଅନ୍ତୁ l ଏବେ ମାଛକୁ ଭଲ ଭାବେ ଧୋଇ ଏହି ପେଷ୍ଟକୁ ମାରିନେଟ କରି ଥୋଇ ଦିଅନ୍ତୁ । ଏଥର ଏକ ପ୍ୟାନରେ ତେଲ ଗରମ କରି ରସୁଣ, ଧନିଆ ପତ୍ର କଟାକୁ ପକାଇ ଭାଜନ୍ତୁ । ପରେ ସେଥିରେ ଟିକଟିକ କଟା ହୋଇଥିବା ମସରୁମ, ଲୁଣ, ଚିଲି ଫ୍ଲେକ୍ସ ପକାଇ ଭାଜନ୍ତୁ ।ଏହା ଭଲ ଭାବେ ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ । ଏବେ ୨ ଖଣ୍ଡ ମାଛ ମଝିରେ ଛତୁ ପୂର ଦେଇ ତାହାକୁ ଲେମନ ଗ୍ରାସରେ ବାନ୍ଧି ଦିଅନ୍ତୁ ।
ଏହାପରେ ଏକ ପ୍ୟାନରେ ତେଲ ଗରମ କରି ସିମରେ ମାଛକୁ ଭାଜନ୍ତୁ । ଉଭୟ ପଟ ଗୋଲଡେନ ଫ୍ରାଏ ହେବା ପରେ ଲେମନ ଗ୍ରାସକୁ ବାହାର କରି ଏହାକୁ ଏକ ପ୍ଲେଟରେ ରଖି କିଛି ସସ ସହ ସର୍ଭ କରନ୍ତୁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/Untitled-3-3.jpg)