Advertisment

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ 'ପାଳଙ୍ଗ ବରା'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ପ୍ରାୟ ବିରିରେ ତିଆରି ବରା ଖାଇବାକୁ ଭଲ ପା’ନ୍ତି। କିନ୍ତୁ ପାଳଙ୍ଗ ଶାଗରେ ପ୍ରସ୍ତୁ ବରା ବି ଖୁବ୍ ସୁଆଦିଆ। ଆସନ୍ତୁ ଆଜି ଜାଣିବା, ଘରେ କିପରି ପ୍ରସ୍ତୁତ କରିବେ ସ୍ବାଦିଷ୍ଟ ‘ପାଳଙ୍ଗ ବରା।’ ଆବଶ୍ୟକ ସାମଗ୍ରୀ: ପାଳଙ୍ଗ ଶାଗ, ଅଟା, ବେସନ, ସୁଜି, ଅଦା, ରସୁଣ, କଞ୍ଚା ଲଙ୍କା, ଜିରା, ହଳଦୀ, ବେକିଂ ସୋଡ଼ା, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲେମ୍ବୁ ରସ, ଫ୍ରେଶ୍ କ୍ରିମ୍‌, ତେଲ ଓ ଲୁଣ। ପ୍ରସ୍ତୁତି […]

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ 'ପାଳଙ୍ଗ ବରା'

palak

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ପ୍ରାୟ ବିରିରେ ତିଆରି ବରା ଖାଇବାକୁ ଭଲ ପା'ନ୍ତି। କିନ୍ତୁ ପାଳଙ୍ଗ ଶାଗରେ ପ୍ରସ୍ତୁ ବରା ବି ଖୁବ୍ ସୁଆଦିଆ।

Advertisment

ଆସନ୍ତୁ ଆଜି ଜାଣିବା, ଘରେ କିପରି ପ୍ରସ୍ତୁତ କରିବେ ସ୍ବାଦିଷ୍ଟ 'ପାଳଙ୍ଗ ବରା।'

ଆବଶ୍ୟକ ସାମଗ୍ରୀ: ପାଳଙ୍ଗ ଶାଗ, ଅଟା, ବେସନ, ସୁଜି, ଅଦା, ରସୁଣ, କଞ୍ଚା ଲଙ୍କା, ଜିରା, ହଳଦୀ, ବେକିଂ ସୋଡ଼ା, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲେମ୍ବୁ ରସ, ଫ୍ରେଶ୍ କ୍ରିମ୍‌, ତେଲ ଓ ଲୁଣ।

publive-imageପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଳଙ୍ଗ ଶାଗକୁ ବାଛି ଦେବା ପରେ ଏହାକୁ ଭଲଭାବେ ଦୋଇ ଟିକ୍ ଟିକ୍‌ କରି କାଟି ଦିଅନ୍ତୁ। ଏବେ ଅଦା ଓ ରସୁଣକୁ ଛେଛି ରଖନ୍ତୁ। ଏକ ବଡ଼ ପାତ୍ରରେ କଟା ପାଳଙ୍ଗ ଶାଗ ସହ ଆବଶ୍ୟକ ପରିମାଣର ଅଟା, ବେସନ, ସୁଜି, ଅଦା-ରସୁଣ ଛେଚା, କଟା କଞ୍ଚା ଲଙ୍କା, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ବେକିଂ ସୋଡ଼ା, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲେମ୍ବୁ ରସ, ଫ୍ରେଶ୍ କ୍ରିମ୍‌ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏହାକୁ ଚୋଟ ଛୋଟ ବରା ଆକୃତି ଦିଅନ୍ତୁ।

Advertisment

ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଗୋଟି ଗୋଟିଏ ବରା ପକାଇ ଛାଣନ୍ତୁ।  ଗୋଲ୍ଡେନ୍‌ ବ୍ରାଉନ୍‌ ରଙ୍ଗ ହୋଇଗଲେ, ଏଗୁଡ଼ିକୁ ଏକ ପ୍ଲେଟରେ କାଢ଼ି ଦିଅନ୍ତୁ।

ଆପଣ ଯଦି ତେଲରେ ଛାଡ଼ି ଖାଇବାକୁ ଚାହୁଁନାହାନ୍ତି, ତେବେ ଏହାକୁ ଷ୍ଟିମ୍‌ କରି ମଧ୍ୟ ଖାଇ ପାରିବେ। ଷ୍ଟିମ୍‌ ଦେବା ପାଇଁ ୨୦ ମିନିଟ ପର୍ଯ୍ୟନ୍ତ ବରା ଗୁଡ଼ିକୁ ଷ୍ଟିମର୍‌ରେ ରଖନ୍ତୁ। ୨୦ ମିନିଟ୍‌ ପରେ ସିଝିଗଲେ ଏଗୁଡ଼ିକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି 'ପାଳଙ୍ଗ ବରା'। ଏହାକୁ ସସ୍‌ କିମ୍ବା ଚଟଣୀ ସହ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe