Advertisment

ପିଆଜ ଶଣ୍ଢା ଚିକେନ୍‌ କଷା

ଆବଶ୍ୟକ ସାମଗ୍ରୀ:  ଚିକେନ୍‌, ପିଆଜ ଶଣ୍ଢାର ପେଷ୍ଟ୍‌, ଅଦା ରସୁଣ ପେଷ୍ଟ୍‌, ଲୁଣ, ହଳଦୀ, ଜିରା ପାଉଡର, ଧନିଆ ପାଉଡର, ତେଲ, ପୁଦିନା ପେଷ୍ଟ୍‌, ଗୋଟା ଗରମ ମସଲା, ଟମାଟୋ ପେଷ୍ଟ୍‌ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତାପରେ ସେଥିରେ ପିଆଜ ଶଣ୍ଢା ପେଷ୍ଟ, ଲୁଣ, ହଳଦୀ ପକାଇ ଗୋଳାଇ ଦେଇ କିଛି ସମୟ ମ୍ୟାରିନେଟ୍‌ ହେବାକୁ ଛାଡ଼ି ଦିଅନ୍ତୁ। ତାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା […]

ପିଆଜ ଶଣ୍ଢା ଚିକେନ୍‌ କଷା

chiken kasa

Advertisment

ଆବଶ୍ୟକ ସାମଗ୍ରୀଚିକେନ୍‌, ପିଆଜ ଶଣ୍ଢାର ପେଷ୍ଟ୍‌, ଅଦା ରସୁଣ ପେଷ୍ଟ୍‌, ଲୁଣ, ହଳଦୀ, ଜିରା ପାଉଡର, ଧନିଆ ପାଉଡର, ତେଲ, ପୁଦିନା ପେଷ୍ଟ୍‌, ଗୋଟା ଗରମ ମସଲା, ଟମାଟୋ ପେଷ୍ଟ୍‌

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତାପରେ ସେଥିରେ ପିଆଜ ଶଣ୍ଢା ପେଷ୍ଟ, ଲୁଣ, ହଳଦୀ ପକାଇ ଗୋଳାଇ ଦେଇ କିଛି ସମୟ ମ୍ୟାରିନେଟ୍‌ ହେବାକୁ ଛାଡ଼ି ଦିଅନ୍ତୁ। ତାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୋଟା ଗରମ ମସଲା ପକାନ୍ତୁ। ତାପରେ ଅଦାରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ। ମସଲା କଷିହେବା ପରେ ସେଥିରେ ଟମାଟୋ ପେଷ୍ଟ, ପିଆଜ ଶଣ୍ଢା ପେଷ୍ଟ, ଜିରା ପାଉଡର ଓ ଧନିଆ ପାଉଡର  ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତାକୁ କିଛି ସମୟ କଷନ୍ତୁ।

ମସଲା କଷି ହୋଇଯିବା ପରେ ମ୍ୟାରିନେଟ୍‌ ହୋଇଥିବା ଚିକେନ୍‌କୁ ସେଥିରେ ପକାଇ କିଛି ସମୟ କଷନ୍ତୁ। ମାଂସ କଷି ହୋଇଯିବା ପରେ ସେଥିରେ ଅଳ୍ପ ଗରମ ପାଣି ଦିଅନ୍ତୁ। ତାକୁ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଆବଶ୍ୟକ ଅନୁସାରେ ଲୁଣ ପକାଇ ଦିଅନ୍ତୁ।   ମାଂସ ସିଝିଯିବା ପରେ ସେଥିରେ ପୁଦିନା ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜ ଶଣ୍ଢା ଚିକେନ୍‌ କଷା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe