ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ସାଧରଣତଃ ଆପଣ ଘରେ ବା କେଉଁ ଉତ୍ସବରେ ଚାଉଳ ଖିରି, ଛେନା ଖିରି, ଗହମ ବା ସୁଜି ଖିରି ଖାଇଥିବେ। ଆଜି ଆମେ ଆପଣଙ୍କୁ ସାଗୁ ଦାନା ଖିରିର ପ୍ରସ୍ତୁତି ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ସାଗୁ ଦାନା, ଖିର, ଚିନି, କାଜୁ, କିସ୍ମିସ୍, କେଶର ଓ ଗୁଜୁରାତି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖିରି ପାଇଁ ଆବଶ୍ୟକ ଅନୁଯାୟୀ ଖିରକୁ ଫୁଟାନ୍ତୁ। ଏବେ ସାଗୁ ଦାନାକୁ ଧୋଇ ଫୁଟୁଥିବା ଖିରରେ ପକାନ୍ତୁ। ଏଥିସହ କିଛି କିସ୍ମିସ୍, କାଜୁ ଏବଂ କେଶର ପକାନ୍ତୁ। ଏହାପରେ ଏଥିରେ ସ୍ୱାଦ ଅନୁସାରେ ଚିନି ଏବଂ ଗୁଜୁରାତି ପାଉଡର୍ ପକାଇ କିଛି ସମୟ ଖିରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ବାସ୍ ଖିର ସମ୍ପୂର୍ଣ୍ଣ ଫୁଟିଯିବା ପରେ ପ୍ରସ୍ତୁତ ହୋଇଗଲା 'ସାଗୁ ଦାନା ଖିରି'। ଏହାକୁ ଚୁଲିରୁ ଓହ୍ଲାଇ ଥଣ୍ଡା କରିବା ପରେ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।