Advertisment

ଘରେ ପ୍ରସ୍ତୁତ କରନ୍ତୁ ଧୂଆଁ ମାଛ

ଆବଶ୍ୟକ ସାମଗ୍ରୀ : କଟା ମାଛ, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ତେଲ ଓ ଅଳ୍ପ କାଠ ଅଙ୍ଗାର। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଅଦା ରସୁଣ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମ୍ୟାରିନେଟ କରନ୍ତୁ। ପରେ ଗ୍ୟାସ ଲଗାଇ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ମ୍ୟାରିନେଟ କରିରଖିଥିବା ମାଛକୁ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଧୂଆଁ ମାଛ

Fish

ଆବଶ୍ୟକ ସାମଗ୍ରୀ : କଟା ମାଛ, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ତେଲ ଓ ଅଳ୍ପ କାଠ ଅଙ୍ଗାର।

Advertisment

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଅଦା ରସୁଣ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମ୍ୟାରିନେଟ କରନ୍ତୁ। ପରେ ଗ୍ୟାସ ଲଗାଇ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ମ୍ୟାରିନେଟ କରିରଖିଥିବା ମାଛକୁ ଫ୍ରାଏ କରନ୍ତୁ। ଏକ ପାତ୍ରରେ ମସଲା ଭଜା ମାଛକୁ ରଖି ତା ମଝିରେ ଏକ ତାଟିଆରେ ନିଆଁ ଅଙ୍ଗାର ରଖନ୍ତୁ।

ଏହାପରେ ନିଆଁ ଅଙ୍ଗାରରେ ଅଳ୍ପ ତେଲ ପକାଇ ଧୂଆଁ ବାହାରିବା ପରେ ଘୋଡଣି ଘୋଡେଇ ଦିଅନ୍ତୁ। ଚାରିରୁ ପାଞ୍ଚ ମିନିଟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଧୂଆଁ ମାଛ।

Advertisment