Advertisment

ଚଟ୍‌ପଟା କର୍ନ ମସଲା

ଆବଶ୍ୟକ ସାମଗ୍ରୀ: ମକା ( sweet corn), ଅଦା ରସୁଣ ବଟା, ପିଆଜ, ଟମାଟୋ, କାଜୁ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଧନିଆ ପତ୍ର, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମକାକୁ ସିଝାଇ ଦିଅନ୍ତୁ। ଏହା ସିଝିଗଲା ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଜିରା, ପିଆଜ ଓ ଅଦା-ରସୁଣ ବଟା […]

author-image
Tapaswini Nayak
ଚଟ୍‌ପଟା କର୍ନ ମସଲା

Corn masala

ଆବଶ୍ୟକ ସାମଗ୍ରୀ: ମକା ( sweet corn), ଅଦା ରସୁଣ ବଟା, ପିଆଜ, ଟମାଟୋ, କାଜୁ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଧନିଆ ପତ୍ର, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମକାକୁ ସିଝାଇ ଦିଅନ୍ତୁ। ଏହା ସିଝିଗଲା ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଜିରା, ପିଆଜ ଓ ଅଦା-ରସୁଣ ବଟା ପକାଇ କଷନ୍ତୁ। ମସଲା ଅଳ୍ପ କଷି ହୋଇଗଲା ପରେ ସେଥିରେ ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଆବଶ୍ୟକୀୟ ଅନୁସାରେ ଲୁଣ ପକାଇ ପୁଣି କଷନ୍ତୁ।

ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ କାଜୁ ପେଷ୍ଟ୍ ପକାଇ ଆଉ ୫ ମିନିଟ୍‌ ପର୍ଯ୍ୟନ୍ତ କଷନ୍ତୁ। ତା'ପରେ ସେଥିରେ ସିଝା ହୋଇଥିବା ମକାକୁ ପକାଇ ଗୋଳାଇ ଦିଅନ୍ତୁ। ୨ ମିନିଟ୍‌ ପରେ ଅଳ୍ପ ପାଣି ଦେଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଗ୍ୟାସ ବସାଇ ଦିଅନ୍ତୁ। ମକାରୁ ପାଣି ମରିଗଲା ପରେ ସେଥିରେ ଧନିଆ ପତ୍ର ପକାଇ ଦିଅନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା 'ଚଟ୍‌ପଟା କର୍ନ ମସଲା'।

Advertisment