f2
ଆବଶ୍ୟକ ସାମଗ୍ରୀ : ସିଝା ଆଳୁ, ଅଦା ରସୁଣ ପେଷ୍ଟ, ଚିଲି ସସ୍, ଟମାଟୋ ସସ୍, ସିଜୁଆନ୍ ସସ୍, କଟା ପିଆଜ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ରିଫାଇନ୍ ତେଲ, ଲୁଣ, ଗୁଣ୍ଡ ହୋଇଥିବା ବ୍ରେଡ୍, କଟା କଞ୍ଚାଲଙ୍କା, ରସୁଣ, ଧନିଆ ପତ୍ର। ଏହା ସହ ଲଲିପପ୍କୁ ସ୍ୱାଦିଷ୍ଟ କରିବା ପାଇଁ ମଇଦାରେ ଲୁଣ, ପାଣି ଓ ଚିଲିଫ୍ଲେକ୍ସ ଏକ ମିଶ୍ରଣ ରଖନ୍ତୁ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆଳୁକୁ ସିଝାଇ ରଖନ୍ତୁ ଓ ବ୍ରେଡ୍କୁ ଗୁଣ୍ଡ କରି ରଖନ୍ତୁ। ମଇଦାରେ ଲୁଣ, ଚିଲି ଫ୍ଲେକ୍ସ ଓ ଅଳ୍ପ ପାଣି ମିଶାଇ ଭଲ ଭାବରେ ଗୋଳାଇ ରଖନ୍ତୁ। ସିଝା ଆଳୁରେ ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ପିଆଜ, ବ୍ରେଡ୍ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଚକଟି ଦିଅନ୍ତୁ। ଏହାପରେ ଆଳୁ ଚକଟାକୁ ଗୋଲ ଗୋଲ କରି ପ୍ରସ୍ତୁତ ମଇଦା ଘୋଳରେ ବୁଡ଼ାଇ ବ୍ରେଡ୍ ଗୁଣ୍ଡରେ ରୋଲ କରି ରଖନ୍ତୁ।
ଗ୍ୟାସ୍ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ଗଢ଼ା ଆଳୁ ଗୋଲାକୁ ଛାଣି ଦିଅନ୍ତୁ। ଏହାପରେ ପୁଣି ଏକ ପ୍ୟାନ୍ରେ ତେଲ ଗରମ କରି ରସୁଣ କଟା, ଟମାଟୋ ସସ୍, ସିଜୁଆନ୍ ସସ୍, ଚିଲି ସସ୍ ଓ ଅଳ୍ପ ପାଣି ଦେଇ ଭଲ ଭାବରେ ଗୋଳାନ୍ତୁ। ପରେ ପ୍ରସ୍ତୁତ ସସ୍ରେ ଛଣା ହୋଇଥିବା ଆଳୁର ବଲ୍କୁ ପକାଇ ଗୋଳାଇ ଦିଅନ୍ତୁ ଓ ସେଥିରେ କାଠି ଲଗାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆଳୁ ଲଲିପପ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/f2.jpg)
/odisha-reporter/media/post_attachments/wp-content/uploads/2020/11/f1.jpg)