ଛାଡ଼ଖାଇରେ ପ୍ରସ୍ତୁତ କରନ୍ତୁ ହାଣ୍ଡି ଲବଙ୍ଗ କଲିଜା

ଆବଶ୍ୟକ ସାମଗ୍ରୀ : ଗୋଟିଏ ବଡ଼ ମାଟି ହାଣ୍ଡି, ଖାସି କଲିଜା, ଟମାଟୋ ବଟା, ଲଙ୍କା ଗୁଣ୍ଡ, ଅଦାରସୁଣ ଛେଚା, କଟା ପିଆଜ, ହଳଦୀ ଗୁଣ୍ଡ, ଜିରା-ଧନିଆ ଗୁଣ୍ଡ, ଲବଙ୍ଗ ଗୁଣ୍ଡ, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ଏଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ହଳଦୀଗୁଣ୍ଡ, ଅଦାରସୁଣ ଛେଚା, ଲଙ୍କାଗୁଣ୍ଡ ଓ ଟମୋଟୋ ବଟା ପକାଇ କଷନ୍ତୁ। […]

kalija

Hemant Lenka
  • Published: Monday, 30 November 2020
  • , Updated: 30 November 2020, 01:00 PM IST

ଆବଶ୍ୟକ ସାମଗ୍ରୀ : ଗୋଟିଏ ବଡ଼ ମାଟି ହାଣ୍ଡି, ଖାସି କଲିଜା, ଟମାଟୋ ବଟା, ଲଙ୍କା ଗୁଣ୍ଡ, ଅଦାରସୁଣ ଛେଚା, କଟା ପିଆଜ, ହଳଦୀ ଗୁଣ୍ଡ, ଜିରା-ଧନିଆ ଗୁଣ୍ଡ, ଲବଙ୍ଗ ଗୁଣ୍ଡ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ଏଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ହଳଦୀଗୁଣ୍ଡ, ଅଦାରସୁଣ ଛେଚା, ଲଙ୍କାଗୁଣ୍ଡ ଓ ଟମୋଟୋ ବଟା ପକାଇ କଷନ୍ତୁ।

ମସଲା କଷି ହେବା ପରେ ଖାସି କଲିଜାକୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୧୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ଜିରାଧନିଆ ଗୁଣ୍ଡ ଓ ଲବଙ୍ଗ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ। ତିନିରୁ ଚାରି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ହାଣ୍ଡି ଲବଙ୍ଗ କଲିଜା।

Related story