Advertisment

ଘରେ ପ୍ରସ୍ତୁତ କରନ୍ତୁ ହାଣ୍ଡି ରସୁଣ ମାଂସ

ଆବଶ୍ୟକ ସାମଗ୍ରୀ : ଖାସି ମାଂସ, ଗୋଟା ରସୁଣ ବୁଦା, କଟା ପିଆଜ, ଗୋଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା, ତେଜପତ୍ର, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲୁଣ, ଧନିଆ ପତ୍ର ଓ ମାଂସକୁ ଦମ୍ ଦେବା ପାଇଁ ଅଟା ଗୁଳା। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ପ୍ୟାନ୍‌ରେ ସୋରିଷ ତେଲ ଗରମ କରି ରଖନ୍ତୁ। ଏକ ପାତ୍ରରେ ଗୋଟା କଞ୍ଚାଲଙ୍କା, କଟା […]

author-image
Puspanjali Panda
ଘରେ ପ୍ରସ୍ତୁତ କରନ୍ତୁ ହାଣ୍ଡି ରସୁଣ ମାଂସ

mutton

ଆବଶ୍ୟକ ସାମଗ୍ରୀ : ଖାସି ମାଂସ, ଗୋଟା ରସୁଣ ବୁଦା, କଟା ପିଆଜ, ଗୋଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା, ତେଜପତ୍ର, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲୁଣ, ଧନିଆ ପତ୍ର ଓ ମାଂସକୁ ଦମ୍ ଦେବା ପାଇଁ ଅଟା ଗୁଳା।

Advertisment

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ପ୍ୟାନ୍‌ରେ ସୋରିଷ ତେଲ ଗରମ କରି ରଖନ୍ତୁ। ଏକ ପାତ୍ରରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା ରସୁଣ ବଟା, ଗରମ ମସଲା, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ବୁଦା ରସୁଣ ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ସେଥିରେ ତେଜପତ୍ର, ଶୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ଅଳେଇଚ ଓ ଲବଙ୍ଗ ପରି ଗୋଟା ମସଲା ପକାନ୍ତୁ। ଏହି ମସଲା ସବୁରେ ଗରମ କରି ରଖିଥିବା ସୋରିଷ ତେଲ ଓ ମାଂସକୁ ପକାଇ ପୁଣି ଭଲ ଭାବରେ ଗୋଳାନ୍ତୁ।

ଏହାପରେ ମାଟି ହାଣ୍ଡିରେ ତେଲ ମାରି ତାକୁ ଗରମ କରି ମସଲା ଗୋଳା ମାଂସକୁ ସେଥିରେ ପକାଇ କଷନ୍ତୁ। ପରେ ଏଥିରେ ଧନିଆ ପତ୍ର ଘୋଡ଼ଣୀ ଘୋଡ଼ାଇ ଅଟା ଚକଟାଦ୍ୱାରା ଢାଙ୍କୁଣୀକୁ ଭଲଭାବରେ ସିଲ୍‌ କରିଦିଅନ୍ତୁ। ଏହାର ୪୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ହାଣ୍ଡି ରସୁଣ ମାଂସ।

Advertisment