Advertisment

ଘରେ ପ୍ରସ୍ତୁତ କରନ୍ତୁ ଲେମ୍ୱୁ ପୋଦିନା ମାଛ

ଆବଶ୍ୟକ ସାମଗ୍ରୀ : କଞ୍ଚା ରୋହି ମାଛ, ପୋଦିନା ବଟା, ଲୁଣ, ହଳଦୀ, ସୋରିଷ ବଟା, ତେଲ, କଞ୍ଚାଲଙ୍କା, ଲେମ୍ୱୁ ଓ କିଛି କଦଳୀପତ୍ର। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ରୋହି ମାଛରେ ଲେମ୍ୱୁ, ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ସୋରିଷରସୁଣ ବଟା, ଶୁଖିଲା ଲଙ୍କା, ପୋଦିନା ବଟା ପକାଇ ଭଲ ଭାବରେ ମ୍ୟାରିନେଟ୍‌ କରନ୍ତୁ। ଏହାପରେ ଗୋଟା କଞ୍ଚାଲଙ୍କା ଓ ରିଫାଇନ୍‌ ତେଲ ମାଛରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ କଦଳୀ […]

ଘରେ ପ୍ରସ୍ତୁତ କରନ୍ତୁ ଲେମ୍ୱୁ ପୋଦିନା ମାଛ

fish

Advertisment

ଆବଶ୍ୟକ ସାମଗ୍ରୀ : କଞ୍ଚା ରୋହି ମାଛ, ପୋଦିନା ବଟା, ଲୁଣ, ହଳଦୀ, ସୋରିଷ ବଟା, ତେଲ, କଞ୍ଚାଲଙ୍କା, ଲେମ୍ୱୁ ଓ କିଛି କଦଳୀପତ୍ର।

Advertisment

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ରୋହି ମାଛରେ ଲେମ୍ୱୁ, ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ସୋରିଷରସୁଣ ବଟା, ଶୁଖିଲା ଲଙ୍କା, ପୋଦିନା ବଟା ପକାଇ ଭଲ ଭାବରେ ମ୍ୟାରିନେଟ୍‌ କରନ୍ତୁ। ଏହାପରେ ଗୋଟା କଞ୍ଚାଲଙ୍କା ଓ ରିଫାଇନ୍‌ ତେଲ ମାଛରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏହାପରେ କଦଳୀ ପତ୍ରରେ ତେଲ ଲଗାଇ ମସଲା ଗୋଳା ମାଛ ଓ ଗୋଟା କଞ୍ଚାଲଙ୍କାକୁ ରଖି ଭଲ ଭାବରେ ଗୁଡ଼ାଇ କଦଳୀ ପାଟୁଙ୍କାରେ ବାନ୍ଧି ଦିଅନ୍ତୁ। ଚୁଲା ଲଗାଇ ତାୱାରେ ତେଲ ଗରମ କରନ୍ତୁ ଏବଂ ମାଛ ଭର୍ତ୍ତି କଦଳୀ ପତ୍ରକୁ ଭଲରେ ସେକନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଲେମ୍ୱୁ ପୋଦିନା ମାଛ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe