/odisha-reporter/media/post_attachments/uploads/2020/08/ladu.jpg)
ladu
ଆବଶ୍ୟକ ସାମଗ୍ରୀ : କାଜୁ ଓ କିସ୍ମିସ୍ ଭଜା, ସିଝା କ୍ଷୀର, ସୁଜି, ଚିନି, ଗୁଜୁରାତି ଗୁଣ୍ଡ, ନଡ଼ିଆ କୋରା ଓ ତେଲ
Advertisment
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କାଜୁ, କିସ୍ମିସ୍କୁ ଭାଜି ରଅନ୍ତୁ ଓ କ୍ଷୀର ଫୁଟାଇ ରଖନ୍ତୁ। ଗ୍ୟାସ୍ ଲଗାଇ କଡ଼େଇରେ ତେଲ ଗରମ କରି ସୁଜିକୁ ଭାଜନ୍ତୁ। ସୁଜି ଭାଜି ହେବା ପରେ ନଡ଼ିଆ କୋରା ପକାନ୍ତୁ। ସୁଜି ନଡ଼ିଆ ଲାଲ୍ ହୋଇ ଭାଜି ହୋଇଯିବା ପରେ ସେଥିରେ ଚିନି, ଗୁଜୁରାତି ଗୁଣ୍ଡ ଓ ଭଜା କାଜୁକିସ୍ମିସକୁ ପକାନ୍ତୁ। ଏହାପରେ ସିଝା କ୍ଷୀରକୁ ପକାଇ ଭଲ ଭାବରେ ଗୋଳାନ୍ତୁ। ସୁଜି ଓ କ୍ଷୀର ଭଲ ଭାବରେ ମିଶିଯିବା ପରେ ଏହାକୁ ଗୋଲ୍ ଗୋଲ୍ ଗୁଳା କରି ଲଡୁ ଆକାରରେ ଗଢ଼ନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଜି ଲଡୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
