ଆବଶ୍ୟକ ସାମଗ୍ରୀ: ବାଇଗଣ, ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀ ମେଥି, ଲୁଣ, ତେଲ, ଜିରା, କଟା ପିଆଜ, କଟା ରସୁଣ, ଟମୋଟୋ ପ୍ୟୁରୀ, ଧନିଆ ପତ୍ର ଓ ଜିରା ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ କାଟି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀମେଥି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ।ପରେ ତାୱାରେ ତେଲ ଗରମ କରି ମସଲା ଗୋଳା ବାଇଗଣକୁ ଭଲଭାବରେ ଫ୍ରାଏ କରନ୍ତୁ। ପୁଣି ତାୱାରେ ତେଲ ଗରମ କରି ସେଥିରେ ଜିରା, କଟା ପିଆଜ, କଟା ରସୁଣ, ଟମୋଟୋ ପ୍ୟୁରୀ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ କଷନ୍ତୁ। ମସଲା ଅଳ୍ପ କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ବାଇଗଣ ଫ୍ରାଏକୁ ପକାନ୍ତୁ। କିଛି ସମୟ ପରେ ସେଥିରେ ଜିରା ଗୁଣ୍ଡ ଓ ଧନିଆ ପତ୍ର ପକାଇ ଭଲ ଭାବରେ ଗୋଳାଇ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଇଗଣ ଟିକିରି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...