Advertisment

ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ଟିକିରି

ଆବଶ୍ୟକ ସାମଗ୍ରୀ: ବାଇଗଣ, ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀ ମେଥି, ଲୁଣ, ତେଲ, ଜିରା, କଟା ପିଆଜ, କଟା ରସୁଣ, ଟମୋଟୋ ପ୍ୟୁରୀ,  ଧନିଆ ପତ୍ର ଓ ଜିରା ଗୁଣ୍ଡ । ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବାଇଗଣକୁ କାଟି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀମେଥି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ।ପରେ ତାୱାରେ ତେଲ ଗରମ କରି ମସଲା […]

ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ଟିକିରି

gggggggggggggg

Advertisment

ଆବଶ୍ୟକ ସାମଗ୍ରୀ:ବାଇଗଣ, ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀ ମେଥି, ଲୁଣ, ତେଲ, ଜିରା, କଟା ପିଆଜ, କଟା ରସୁଣ, ଟମୋଟୋ ପ୍ୟୁରୀ,  ଧନିଆ ପତ୍ର ଓ ଜିରା ଗୁଣ୍ଡ ।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବାଇଗଣକୁ କାଟି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀମେଥି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ।ପରେ ତାୱାରେ ତେଲ ଗରମ କରି ମସଲା ଗୋଳା ବାଇଗଣକୁ ଭଲଭାବରେ ଫ୍ରାଏ କରନ୍ତୁ। ପୁଣି ତାୱାରେ ତେଲ ଗରମ କରି ସେଥିରେ ଜିରା, କଟା ପିଆଜ, କଟା ରସୁଣ, ଟମୋଟୋ ପ୍ୟୁରୀ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଓ  ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ କଷନ୍ତୁ। ମସଲା ଅଳ୍ପ କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ବାଇଗଣ ଫ୍ରାଏକୁ ପକାନ୍ତୁ।  କିଛି ସମୟ ପରେ ସେଥିରେ ଜିରା ଗୁଣ୍ଡ ଓ ଧନିଆ ପତ୍ର ପକାଇ ଭଲ ଭାବରେ ଗୋଳାଇ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଇଗଣ ଟିକିରି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe