Advertisment

ବାଉଁଶ ମାଛ

ଆବଶ୍ୟକ ସାମଗ୍ରୀ: ବାଉଁଶ ନଳୀ, ଲୁଣ, ଚକଟା ଅଟା, ହଳଦୀ ଗୁଣ୍ଡ, ବାଉଁଶ କରଡି, ଅଦା ବଟା, ରସୁଣ ବଟା, ସୋରିଷ ବଟା ,ଲଙ୍କା ଗୁଣ୍ଡ ଓ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛୋଟ ମାଛକୁ ସଫା କରି ଭଲ ଭାବେ ଧୋଇ ଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ବାଉଁଶ କରଡ଼ି, ଅଦା ବଟା, ରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହା […]

author-image
Tapaswini Nayak
ବାଉଁଶ ମାଛ

fish,,

ଆବଶ୍ୟକ ସାମଗ୍ରୀ: ବାଉଁଶ ନଳୀ, ଲୁଣ, ଚକଟା ଅଟା, ହଳଦୀ ଗୁଣ୍ଡ, ବାଉଁଶ କରଡି, ଅଦା ବଟା, ରସୁଣ ବଟା, ସୋରିଷ ବଟା ,ଲଙ୍କା ଗୁଣ୍ଡ ଓ ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛୋଟ ମାଛକୁ ସଫା କରି ଭଲ ଭାବେ ଧୋଇ ଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ବାଉଁଶ କରଡ଼ି, ଅଦା ବଟା, ରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏହା ପରେ ବାଉଁଶ ନଳୀରେ ଭଲ ଭାବରେ ତେଲ ମାରି ରଖନ୍ତୁ। ପରେ ବାଉଁଶ ନଳୀରେ ମସଲା ଗୋଳା ମାଛକୁ ପୂରାଇ ଦିଅନ୍ତୁ। ଚକଟା ଅଟା ଦ୍ୱାରା ତାର ମୁହଁକୁ ବନ୍ଦ କରି ଦିଅନ୍ତୁ। ଏହାପରେ ନିଆଁ ଅଙ୍ଗାରରେ ମାଛ ଭର୍ତ୍ତି ବାଉଁଶକୁ ୧୫ ମିନିଟ ପର୍ଯ୍ୟନ୍ତ ପୋଡ଼ନ୍ତୁ। ୧୫ ମିନିଟ ପରେ ବାଉଁଶ ଭିତରରୁ ମାଛକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ବାଉଁଶ ମାଛ।

Advertisment