Advertisment

ଘରେ ପ୍ରସ୍ତୁତ କରନ୍ତୁ 'କଦଳୀ କୋଫ୍‌ତା କରି'

ଭୁବନେଶ୍ୱର: କଞ୍ଚା କଦଳୀରୁ ପ୍ରସ୍ତୁତ ହେଉଥିବା ଏକ ସ୍ବାଦିଷ୍ଟ ଡିସ୍‌ ହେଉଛି କଦଳୀ କୋଫ୍‌ତା କରି। ତେବେ ଆପଣ ଏହାକୁ ଘରେ କିପରି ପ୍ରସ୍ତୁତ କରିପାରିବେ, ଆମେ ସେ ସମ୍ପର୍କରେ ଆଜି ଆପଣଙ୍କୁ ଜଣାଇବୁ। ଆବଶ୍ୟକ ସାମଗ୍ରୀ- କଞ୍ଚା କଦଳୀ, ବେସନ, ଲୁଣ, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର, ଧନିଆ ପାଉଡର୍, ତେଲ, ଜିରା, ହଳଦି ଗୁଣ୍ଡ, କସ୍ତୁରୀ ମେଥି, ବାଦାମ, ଟମାଟୋ, ଅଦା, ଲଙ୍କା ଗୁଣ୍ଡ ଏବଂ ଲୁଣ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ 'କଦଳୀ କୋଫ୍‌ତା କରି'

kofta

ଭୁବନେଶ୍ୱର: କଞ୍ଚା କଦଳୀରୁ ପ୍ରସ୍ତୁତ ହେଉଥିବା ଏକ ସ୍ବାଦିଷ୍ଟ ଡିସ୍‌ ହେଉଛି କଦଳୀ କୋଫ୍‌ତା କରି। ତେବେ ଆପଣ ଏହାକୁ ଘରେ କିପରି ପ୍ରସ୍ତୁତ କରିପାରିବେ, ଆମେ ସେ ସମ୍ପର୍କରେ ଆଜି ଆପଣଙ୍କୁ ଜଣାଇବୁ।

Advertisment

ଆବଶ୍ୟକ ସାମଗ୍ରୀ- କଞ୍ଚା କଦଳୀ, ବେସନ, ଲୁଣ, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର, ଧନିଆ ପାଉଡର୍, ତେଲ, ଜିରା, ହଳଦି ଗୁଣ୍ଡ, କସ୍ତୁରୀ ମେଥି, ବାଦାମ, ଟମାଟୋ, ଅଦା, ଲଙ୍କା ଗୁଣ୍ଡ ଏବଂ ଲୁଣ ।

publive-imageପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କଞ୍ଚା କଦଳୀକୁ କାଟି ପ୍ରେସର୍‌ କୁକର୍‌ ରେ ସିଝାନ୍ତୁ। କଦଳୀ ସିଝିଯିବା ପରେ ଏହାର ଚୋପା ଛଡ଼ାଇ ସେଥିରେ ବେସନ, କଟା ଧନିଆ ପତ୍ର, ଲୁଣ, ଗରମ ମସଲା, ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଏହି ମିଶ୍ରଣକୁ ଚକଟନ୍ତୁ। ଏହି ଚକଟାକୁ ଗୋଲ ଗୋଲ ଆକୃତି କରି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ଥିବା ସେହି ଗୋଲ ଗୋଲ ଆକୃତିର କଦଳୀ (କୋପ୍‌ତା) ଚକଟାଗୁଡ଼ିକୁ ଛାଣନ୍ତୁ। ଏହା ଗୋଲ୍ଡେନ୍‌ ରଙ୍ଗର ହୋଇଗଲେ କଡ଼େଇରୁ କାଢ଼ି ଦିଅନ୍ତୁ।
ଏବେ ଅନ୍ୟ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଜିରା, ଲୁଣ, ହଳଦି ଗୁଣ୍ଡ, ଧନିଆ ପାଉଡର, କସ୍ତୁରୀ ମେଥି ଏବଂ ବାଦାମ ଓ ଅଦାକୁ ପେଷ୍ଟ୍‌ କରି ପକାନ୍ତୁ। ଏହା ପରେ ସେଥିରେ ଟମାଟୋ ପେଷ୍ଟ୍‌ ପକାନ୍ତୁ। ଏବେ କିଛି ଲଙ୍କା ଗୁଣ୍ଡ ପକାଇ ମସଲାକୁ ଭଲ ଭାବେ କସନ୍ତୁ। ମସଲା କସିଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ବର୍ତ୍ତମାନ ଏଥିରେ ଛଣାଯାଇଥିବା କଦଳୀ କୋପ୍‌ତାଗୁଡ଼ିକୁ ପକାନ୍ତୁ। ପାଣି ଫୁଟିଯିବା ପରେ ସେଥିରେ ଗରମ ମସଲା ଏବଂ ଧନିଆ ପତ୍ର ପକାଇ ଗରମ ଗରମ ଖାଆନ୍ତୁ ‘କଦଳୀ କୋଫ୍‌ତା କରି’।

Advertisment