Advertisment

କଦଳୀ ପତ୍ର ସୋରିଷ ପନିର

ଆବଶ୍ୟକ ସାମଗ୍ରୀ: ପନିର, ତେଲ, ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁରସ, ଲୁଣ, କଦଳୀ ପତ୍ର ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପନିରକୁ ଲମ୍ବା ଲମ୍ବା କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ନାଲି ପଡ଼ିବା ପର୍ଯ୍ୟନ୍ତ ଛାଣନ୍ତୁ।  ଛାଣି ସାରିବା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ ଏଥିରେ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁରସ ଓ ସ୍ୱାଦ […]

author-image
Tapaswini Nayak
କଦଳୀ ପତ୍ର ସୋରିଷ ପନିର

Mustard Paneer

ଆବଶ୍ୟକ ସାମଗ୍ରୀ:ପନିର, ତେଲ, ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁରସ, ଲୁଣ, କଦଳୀ ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପନିରକୁ ଲମ୍ବା ଲମ୍ବା କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ନାଲି ପଡ଼ିବା ପର୍ଯ୍ୟନ୍ତ ଛାଣନ୍ତୁ।  ଛାଣି ସାରିବା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ ଏଥିରେ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।

ଏକ କଦଳୀ ପତ୍ର ଆଣି ତାକୁ ଧୋଇ ନିଆଁରେ ସେକି ଦିଅନ୍ତୁ। ପରେ ସେକା କଦଳୀ ପତ୍ରରେ ମସଲା ଗୋଳା ପନିରକୁ ଗୁଡାଇ ରଖନ୍ତୁ। ଏହାପରେ ତାୱା ଗରମ କରନ୍ତୁ। ତାୱା ଗରମ ହୋଇଯିବା ପରେ କଦଳି ପତ୍ରରେ ଗୁଡ଼ାଇ ରଖିଥିବା ମସଲା ଗୋଳା ପନିରକୁ ତାୱାରେ ସେକନ୍ତୁ। ୩ରୁ ୪ ମିନିଟ୍  ପର୍ଯ୍ୟନ୍ତ ଏହାକୁ ତାୱାରେ ଶେକନ୍ତୁ।  ଏହାପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

Advertisment

ପ୍ରସ୍ତୁତ ହୋଇଗଲା କଦଳୀ ପତ୍ର ସୋରିଷ ପନିର। ପରେ କଦଳୀ ପତ୍ରରୁ ପନିର କାଢ଼ି ଆପଣ ଖାଇପାରିବେ।