Advertisment

ଚିକେନ ଗୁପଚୁପ

ଆବଶ୍ୟକ ସାମଗ୍ରୀ : ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ,   ପିଆଜ, ଅଦା, ରସୁଣ ପେଷ୍ଟ, କଲର ପାଉଡର, ସୋରିଷ ତେଲ, ଚିକେନ ପାଉଡର, ଗରମ ମସଲା ଓ ବଜାରରେ ମିଳୁଥିବା ଶୁଖା ଗୁପଚୁପ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରେ ମିଳୁଥିବା ଶୁଖା ଗୁପଚୁପକୁ ଆଣି ତାକୁ ଛାଣି ଏକ ପାତ୍ରରେ ରଖି ଦିଅନ୍ତୁ। ପରେ ଛୋଟ ଛୋଟ ପିସ୍‌ ହୋଇଥିବା ଚିକେନ୍‌କୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚିକେନ ଗୁପଚୁପ

chicken gupchup

ଆବଶ୍ୟକ ସାମଗ୍ରୀ :ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ,   ପିଆଜ, ଅଦା, ରସୁଣ ପେଷ୍ଟ, କଲର ପାଉଡର, ସୋରିଷ ତେଲ, ଚିକେନ ପାଉଡର, ଗରମ ମସଲା ଓ ବଜାରରେ ମିଳୁଥିବା ଶୁଖା ଗୁପଚୁପ

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ବଜାରରେ ମିଳୁଥିବା ଶୁଖା ଗୁପଚୁପକୁ ଆଣି ତାକୁ ଛାଣି ଏକ ପାତ୍ରରେ ରଖି ଦିଅନ୍ତୁ।

ପରେ ଛୋଟ ଛୋଟ ପିସ୍‌ ହୋଇଥିବା ଚିକେନ୍‌କୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ କରେଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ପିଆଜ, ଅଦା ଓ ରସୁଣ ପେଷ୍ଟ ପକାନ୍ତୁ। ତାକୁ ଭଲ ଭାବରେ କଷନ୍ତୁ। ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ, ଚିକେନ କରି ପାଉଡର ପକାନ୍ତୁ।  ଏହା ସହ କିଛି କଲର ପାଉଡର ପକାଇ ଭଲ ଭାବରେ କଷନ୍ତୁ । ଏବେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ।

Advertisment

ମସଲା ଭଲ ଭାବେ କଷି ହୋଇଯିବା ପରେ ପ୍ଲେଟ୍‌ରେ ଥିବା ଚିକେନ୍‌ ପକାଇ କଷନ୍ତୁ। ଗ୍ୟାସ୍‌କୁ ସିମ୍‌ କରି ସିଝିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ। ଏହା ସିଝିବା ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଗୁପଚୁପ ପାଇଁ ଚିକେନ୍‌ ମସଲା।

ଏହାପରେ ପୁଦିନା ପତ୍ର,ରେ ଲୁଣ ମିଶାଇ ତାକୁ ଗ୍ରାଇଣ୍ଡିଂ କରି ଚଟଣୀ ପ୍ରସ୍ତୁତ କରନ୍ତି। ଏହାପରେ ଛଣା ଗୁପଚୁପରେ ଚିକେନ ମସଲା ପୂରକୁ ପୁରାନ୍ତୁ।  ସେଥିରେ ଟିକିଏ ପୁଦିନା ଚଟଣି ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଗୁପଚୁପ।