Advertisment

ଚିକେନ କବାବ

ଆବଶ୍ୟକ ସାମଗ୍ରୀ: ବୋନଲେସ୍ ଚିକେନ,ବ୍ରେଡ୍, କଞ୍ଚା ଲଙ୍କା, ରସୁଣ, ପୁଦିନା ପତ୍ର , ଧନିଆ ପତ୍ର, ବଟର, କଟା ପିଆଜ, ଲୁଣ, ଅଦା, ରସୁଣ, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ, ଚିଜ୍‌, କଞ୍ଚା ଅଣ୍ଡା, ତେଲ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବୋନଲେସ୍ ଚିକେନକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ପରେ ବ୍ରେଡ୍,କଞ୍ଚା ଲଙ୍କା, ରସୁଣ, ପୁଦିନା ପତ୍ର ଓ ଧନିଆ ପତ୍ରକୁ ଗ୍ରାଇଣ୍ଡିଂ କରି ଏକ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚିକେନ କବାବ

chicken kabab

ଆବଶ୍ୟକ ସାମଗ୍ରୀ: ବୋନଲେସ୍ ଚିକେନ,ବ୍ରେଡ୍, କଞ୍ଚା ଲଙ୍କା, ରସୁଣ, ପୁଦିନା ପତ୍ର , ଧନିଆ ପତ୍ର, ବଟର, କଟା ପିଆଜ, ଲୁଣ, ଅଦା, ରସୁଣ, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ, ଚିଜ୍‌, କଞ୍ଚା ଅଣ୍ଡା, ତେଲ

Advertisment

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବୋନଲେସ୍ ଚିକେନକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ପରେ ବ୍ରେଡ୍,କଞ୍ଚା ଲଙ୍କା, ରସୁଣ, ପୁଦିନା ପତ୍ର ଓ ଧନିଆ ପତ୍ରକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।

ପରେ ଗ୍ରାଇଣ୍ଡିଂ କରି  ରଖିଥିବା ଚିକେନରେ  ବଟର,  କଟା ପିଆଜ, ଅଦା,ରସୁଣ, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ ପାଉଡର,ଲଙ୍କା ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

Advertisment

ପରେ ମସଲା ମାଂସରେ ମଝିରେ  ଚିଜ୍‌ ଦେଇ କବାବ ସେପରେ ଗଢ଼ନ୍ତୁ। ପରେ ଏକ କଞ୍ଚା ଅଣ୍ଡାକୁ  ଭଲ ଭାବରେ ଗୋଳାଇ ଏକ ପାତ୍ରରେ ରଖନ୍ତୁ।  ଗଢ଼ି ରଖିଥିବା କବାବ୍‌କୁ ଅଣ୍ଡାରେ  ଗୋଳାଇ  ପୂର୍ବରୁ ଗ୍ରାଇଣ୍ଡିଂ କରି ରଖିଥିବା ବ୍ରେଡ୍‌ ଗୁଣ୍ଡରେ ମିଶାଇ ଛାଣନ୍ତୁ। ଛାଣିବାବେଳେ ଗ୍ୟାସ ଆଞ୍ଚକୁ ମିଡିୟମ ରଖନ୍ତୁ।  ଚିକେନ କବାବଟି  ଦୁଇ ପାଖ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ କବାବ।