Advertisment

ଚିକେନ ପିଠା

ଆବଶ୍ୟକ ସାମଗ୍ରୀ: ବୋନଲେସ ଚିକେନ, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଅରୁଆ ଚାଉଳ, ତେଲ, ଗୋଟା ଗରମ ମସଲା, ତେଜପତ୍ର, ଅଦା, ରସୁଣ, ପିଆଜ ପେଷ୍ଟ, ଗରମ ମସଲା  ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ସେଥିରେ ଲୁଣ, ହଳଦି ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ତାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଢାଙ୍କି ରଖି ଦିଅନ୍ତୁ।    ଭିଜାଇ ରଖିଥିବା ଅରୁଆ ଚାଉଳକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖି […]

ଅଦ୍ୟତନ ହୋଇଛି
ଚିକେନ ପିଠା

Chicken Pitha

Advertisment

ଆବଶ୍ୟକ ସାମଗ୍ରୀ: ବୋନଲେସ ଚିକେନ, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଅରୁଆ ଚାଉଳ, ତେଲ, ଗୋଟା ଗରମ ମସଲା, ତେଜପତ୍ର, ଅଦା, ରସୁଣ, ପିଆଜ ପେଷ୍ଟ, ଗରମ ମସଲା 

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ସେଥିରେ ଲୁଣ, ହଳଦି ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ତାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଢାଙ୍କି ରଖି ଦିଅନ୍ତୁ। 

ଭିଜାଇ ରଖିଥିବା ଅରୁଆ ଚାଉଳକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖି ଦିଅନ୍ତୁ। କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଗୋଟା ଗରମ ମସଲା ଓ ତେଜପତ୍ର ପକାଇ ଗୋଳାଇ ଦିଅନ୍ତୁ। ତା'ପରେ ଅଦା, ରସୁଣ,ପିଆଜ ପେଷ୍ଟକୁ ପକାଇ କିଛି ସମୟ କଷି ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗରମ ମସଲା ପକାନ୍ତୁ ଏବଂ ପୁଣି କଷନ୍ତୁ।

Advertisment

ମସଲା କଷି ହେବା ପରେ ଚିକେନ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଚିକେନ୍‌କୁ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଚିକେନ ସିଝିଗଲେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପିଠଉକୁ ପକାଇ କିଛି ସମୟ ଜନ୍ତନ୍ତୁ। ଜନ୍ତି ସାରିବା ପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ।

ଏବେ ତାୱାରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମସଲା ପିଠଉକୁ ସେଥିରେ ପକାଇ ପିଠା ଆକାରରେ ଗଢ଼ନ୍ତୁ। ପିଠାର ଦୁଇ ପାଖ ଲାଲ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ପିଠା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe