Advertisment

କାଠି ଚିକେନ

ଆବଶ୍ୟକ ସାମଗ୍ରୀ: ବୋନଲେସ ଚିକେନ, ଦହି, ଲେମ୍ବୂରସ, ଲୁଣ, ଲଙ୍କାଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ରିଫାଇନ ତେଲ, ଶାଳପତ୍ର, ଆଲୁମିନିୟମ ଫଏଲ ଓ ଗୋଲ ମରିଚ ଗୁଣ୍ଡ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ଲେମ୍ବୂରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ୧୫ ମିନିଟ୍ ପରେ ସେଥିରେ ଲଙ୍କାଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା ଓ […]

ଅଦ୍ୟତନ ହୋଇଛି
କାଠି ଚିକେନ

chicken-stick

Advertisment

ଆବଶ୍ୟକସାମଗ୍ରୀ: ବୋନଲେସ ଚିକେନ, ଦହି, ଲେମ୍ବୂରସ, ଲୁଣ, ଲଙ୍କାଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ରିଫାଇନ ତେଲ, ଶାଳପତ୍ର, ଆଲୁମିନିୟମ ଫଏଲ ଓ ଗୋଲ ମରିଚ ଗୁଣ୍ଡ

Advertisment

ପ୍ରସ୍ତୁତପ୍ରଣାଳୀ:ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ଲେମ୍ବୂରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ୧୫ ମିନିଟ୍ ପରେ ସେଥିରେ ଲଙ୍କାଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।  ତା’ସହିତ କିଛି ରିଫାଇନ ତେଲ ଓ ଗୋଲମରିଚ ଗୁଣ୍ଡ  ପକାଇ ଗୋଳାଇ ଦିଅନ୍ତୁ।

ଏହା ପରେ ବାଉଁଶ କାଠିରେ ମସଲା ଗୋଳା ଚିକେନକୁ ପୂରାଇ ତାକୁ ଶାଳପତ୍ରରେ ଗୁଡାଇ ଦିଅନ୍ତୁ। ଚିକେନ ଯେମିତି ଅଧିକ ନ ପୋଡ଼ିଯିବ ସେଥିପାଇଁ ତା’ଉପରେ ଆଲମୁନିୟମ ଫଏଲର କଭର ଦେଇ ଦିଅନ୍ତୁ। ଏହା ପରେ ଧିମା ଆଞ୍ଚରେ ଗ୍ୟାସ ଚୁଲା ଉପରେ ଛାଞ୍ଚ ଦ୍ୱାରା ଏହାକୁ  ପୋଡ଼ନ୍ତୁ।

Advertisment

ମଝିରେ ମଝିରେ ଏହାକୁ ଲେଉଟାଇ ଦିଅନ୍ତୁ।୧୫ରୁ ୨୦ ମିନିଟ୍ ପରେ ଏହାକୁ ଗ୍ୟାସ ଚୁଲାରୁ ବାହାର କରି ଦିଅନ୍ତୁ। ପରେ ସେଥିରେ ରିଫାଇନ ତେଲ ମାରି ନିଆଁରେ ପୁଣି ଥରେ ପୋଡ଼ନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ କାଠି ଚିକେନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe