/odisha-reporter/media/post_attachments/uploads/2021/10/chicken-zafrani.jpg)
chicken zafrani
ଆବଶ୍ୟକ ସାମଗ୍ରୀ: ଚିକେନ, କେଶର, ଦହି, ଡାଲଚିନି, ଗୁଜୁରାତି, ଲବଙ୍ଗ, ଅଦା, ରସୁଣ, ପିଆଜ ବଟା, କାଜୁ ପେଷ୍ଟ, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ଚିକେନ୍ ମସଲା, ତେଲ ଓ ଲୁଣ
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବଜାରରୁ କିଛି ଚିକେନ ଆଣନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୋଟା ଗରମ ମସଲା- ଡାଲଚିନି, ଗୁଜୁରାତି ଓ ଲବଙ୍ଗ ପକାନ୍ତୁ। ଏହା ପରେ ସେଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କଷନ୍ତୁ। ପରେ ସେଥିରେ କଟା କଞ୍ଚା ଲଙ୍କା ଓ ଚିକେନ ମସଲା ପକାଇ କଷନ୍ତୁ।
ମସଲା କଷି ହୋଇଯିବା ପରେ ସେଥିରେ କାଜୁ ପେଷ୍ଟ ଓ ଦହି ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହା ପରେ ସେଥିରେ ଚିକେନ ପକାଇ ଭଲ ପୁଣି କଷନ୍ତୁ । ଚିକେନ କଷି ହୋଇଗଲା ପରେ ସେଥିରେ ଗରମ ମସଲା ଗୁଣ୍ଡ ଓ ଅଳ୍ପ କେଶର ପକାଇ ଅଳ୍ପ କିଛି ସମୟ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ଏହାପରେ ଘୋଡ଼ଣୀ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା 'ଚିକେନ୍ ଜାଫରାନୀ' । ଏହାକୁ ଏକ ପାତ୍ରକୁ କାଢ଼ି ତା’ ଉପରେ କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
