'ଚିକେନ୍ ଜାଫରାନୀ'

ଆବଶ୍ୟକ ସାମଗ୍ରୀ: ଚିକେନ, କେଶର, ଦହି, ଡାଲଚିନି, ଗୁଜୁରାତି, ଲବଙ୍ଗ, ଅଦା, ରସୁଣ, ପିଆଜ ବଟା, କାଜୁ ପେଷ୍ଟ, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ଚିକେନ୍ ମସଲା, ତେଲ ଓ ଲୁଣ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବଜାରରୁ କିଛି ଚିକେନ ଆଣନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୋଟା ଗରମ ମସଲା- ଡାଲଚିନି, ଗୁଜୁରାତି ଓ ଲବଙ୍ଗ ପକାନ୍ତୁ। ଏହା ପରେ […]

chicken zafrani

Tapaswini Nayak
  • Published: Friday, 29 October 2021
  • , Updated: 29 October 2021, 03:54 PM IST

ଆବଶ୍ୟକ ସାମଗ୍ରୀ: ଚିକେନ, କେଶର, ଦହି, ଡାଲଚିନି, ଗୁଜୁରାତି, ଲବଙ୍ଗ, ଅଦା, ରସୁଣ, ପିଆଜ ବଟା, କାଜୁ ପେଷ୍ଟ, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ଚିକେନ୍ ମସଲା, ତେଲ ଓ ଲୁଣ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବଜାରରୁ କିଛି ଚିକେନ ଆଣନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୋଟା ଗରମ ମସଲା- ଡାଲଚିନି, ଗୁଜୁରାତି ଓ ଲବଙ୍ଗ ପକାନ୍ତୁ। ଏହା ପରେ ସେଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କଷନ୍ତୁ। ପରେ ସେଥିରେ କଟା କଞ୍ଚା ଲଙ୍କା ଓ ଚିକେନ ମସଲା ପକାଇ କଷନ୍ତୁ।

ମସଲା କଷି ହୋଇଯିବା ପରେ ସେଥିରେ କାଜୁ ପେଷ୍ଟ ଓ ଦହି ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହା ପରେ ସେଥିରେ ଚିକେନ ପକାଇ ଭଲ ପୁଣି କଷନ୍ତୁ । ଚିକେନ କଷି ହୋଇଗଲା ପରେ ସେଥିରେ ଗରମ ମସଲା ଗୁଣ୍ଡ ଓ ଅଳ୍ପ କେଶର ପକାଇ ଅଳ୍ପ କିଛି ସମୟ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ଏହାପରେ ଘୋଡ଼ଣୀ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା 'ଚିକେନ୍ ଜାଫରାନୀ' । ଏହାକୁ ଏକ ପାତ୍ରକୁ କାଢ଼ି ତା’ ଉପରେ କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ।

 

Related story