Advertisment

ଘରେ ଅତିଥିଙ୍କୁ ପରଷନ୍ତୁ ଚିଲ୍ଲି କାବୁଲି ଚଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଘରକୁ ହଠାତ୍‌ ଅତିଥି ଆସିଲେ, ରାତ୍ରିଭୋଜନ ପାଇଁ କ’ଣ କରିବେ, ତାକୁ ନେଇ ଅନେକ ଚିନ୍ତାରେ ପଡ଼ିଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଚିଲ୍ଲି କାବୁଲି ଚଣାର ପ୍ରସ୍ତୁତି ସମ୍ପର୍କରେ କହିବୁ, ଯାହା ଅତିଥିଙ୍କ ଖାଇବାକୁ ନେଇ ଆପଣଙ୍କ ଚିନ୍ତା ସହଜରେ ଦୂର କରିଦେବ। ଆବଶ୍ୟକ ସାମଗ୍ରୀ: କାବୁଲି ଚଣା, ପିଆଜ, କ୍ୟାପ୍‍ସିକମ୍‍, କର୍ଣ୍ଣଫ୍ଲୋର୍‌, ମଇଦା, ଅଦା ପେଷ୍ଟ୍‌, ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍‍, ଶୋୟା ସସ୍‍, ଟମାଟୋ ସସ୍‍, ତେଲ ଏବଂ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଘରେ ଅତିଥିଙ୍କୁ ପରଷନ୍ତୁ ଚିଲ୍ଲି କାବୁଲି ଚଣା

food

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଘରକୁ ହଠାତ୍‌ ଅତିଥି ଆସିଲେ, ରାତ୍ରିଭୋଜନ ପାଇଁ କ'ଣ କରିବେ, ତାକୁ ନେଇ ଅନେକ ଚିନ୍ତାରେ ପଡ଼ିଥା'ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଚିଲ୍ଲି କାବୁଲି ଚଣାର ପ୍ରସ୍ତୁତି ସମ୍ପର୍କରେ କହିବୁ, ଯାହା ଅତିଥିଙ୍କ ଖାଇବାକୁ ନେଇ ଆପଣଙ୍କ ଚିନ୍ତା ସହଜରେ ଦୂର କରିଦେବ।

Advertisment

ଆବଶ୍ୟକ ସାମଗ୍ରୀ: କାବୁଲି ଚଣା, ପିଆଜ, କ୍ୟାପ୍‍ସିକମ୍‍, କର୍ଣ୍ଣଫ୍ଲୋର୍‌, ମଇଦା, ଅଦା ପେଷ୍ଟ୍‌, ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍‍, ଶୋୟା ସସ୍‍, ଟମାଟୋ ସସ୍‍, ତେଲ ଏବଂ ଲୁଣ।

publive-imageପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାବୁଲି ଚଣାକୁ ୪-୫ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ସିଝାଇ ଦିଅନ୍ତୁ। ଚଣା ସିଝିଗଲେ, ସେଥିରେ ଅଦା, ରସୁଣ ଓ ଲଙ୍କାର ପେଷ୍ଟ ସହ ମଇଦା ଓ କର୍ଣ୍ଣଫ୍ଲୋର ମିଶାଇ ଭଲଭାବରେ ଗୋଳାଇ ଦିଅନ୍ତୁ।

Advertisment

ଏବେ ଗୋଟିଏ କଡ଼େଇରେ ତେଲ ଗରମ କରି ସିଝା ଚଣା ସବୁକୁ ସୁନେଲି ରଙ୍ଗ ହେବାଯାଏ ଛାଣନ୍ତୁ। ଅନ୍ୟ ଏକ କଡ଼େଇରେ ୨ଚାମଚ ତେଲ ପକାଇ କଟା ପିଆଜ ଓ କ୍ୟାପ୍‍ସିକମ୍‍କୁ ଭାଜନ୍ତୁ।

ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ ଓ ତା’ଉପରେ ୧ ଚାମଚ ଟମାଟୋ ସସ୍‍ ଓ ଶୋୟା ସସ୍‍ ପକାଇ ୧ମିନିଟ୍‍ ଭାଜି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଲ୍ଲୀ କାବୁଲି ଚଣା।

ଏହାକୁ ରୁଟି, ପରଟା କିମ୍ବା ନାନ୍‌ ସହ ଗରମ ଗରମ ପରଷନ୍ତୁ। ଏହା ସହ ଚଟଣୀ ବା ଆଚାର ମଧ୍ୟ ବ୍ୟବହାର କରିପାରିବେ।