Advertisment

ନଡ଼ିଆ ଛତୁ ବେସର

ଆବଶ୍ୟକ ସାମଗ୍ରୀ: ଛତୁ, ନଡ଼ିଆ ରସ, ସୋରିଷ ,ରସୁଣ, ଶୁଖିଲା ଲଙ୍କା ପେଷ୍ଟ, ଟମାଟୋ, ଆମ୍ବୁଲ, ଧନିଆ ପତ୍ର, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, କଞ୍ଚାଲଙ୍କା, ତେଲ ଓ ଲୁଣ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରି ଛତୁକୁ ଭଲଭାବେ ଭାଜି ଦି‌ଅନ୍ତୁ। ଛତୁ ଭଲ ଭାବେ ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ଏହାପରେ […]

ନଡ଼ିଆ ଛତୁ ବେସର

coconut-mushroom-besara

Advertisment

ଆବଶ୍ୟକ ସାମଗ୍ରୀ: ଛତୁ, ନଡ଼ିଆ ରସ, ସୋରିଷ ,ରସୁଣ, ଶୁଖିଲା ଲଙ୍କା ପେଷ୍ଟ, ଟମାଟୋ, ଆମ୍ବୁଲ, ଧନିଆ ପତ୍ର, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, କଞ୍ଚାଲଙ୍କା, ତେଲ ଓ ଲୁଣ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରି ଛତୁକୁ ଭଲଭାବେ ଭାଜି ଦି‌ଅନ୍ତୁ। ଛତୁ ଭଲ ଭାବେ ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ଏହାପରେ ଆମ୍ବୁଲକୁ ପାଣିରେ ଭିଜାଇ ଏକ ପାତ୍ରରେ ରଖନ୍ତୁ ।

ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଜିରା ଓ କଞ୍ଚା ଲଙ୍କା ପକାନ୍ତୁ। ଏହା ଭାଜି ହୋଇଗଲା ପରେ ସେଥିରେ ସୋରିଷ, ରସୁଣ, ଶୁଖିଲା ଲଙ୍କା ବଟାକୁ ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହାପରେ ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ପକାନ୍ତୁ। ଟମାଟୋ ଓ ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ,  ଲୁଣ ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ ଆଗରୁ ଭଜା ହୋଇଥିବା ଛତୁକୁ ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହା କଷି ହେବା ପରେ ସେଥିରେ ନଡ଼ିଆ ରସକୁ ପକାନ୍ତୁ । ଏହାପରେ ସେଥିରେ ଭିଜା ହୋଇଥିବା ଆମ୍ବୁଲକୁ ପକାନ୍ତୁ। ତାପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡେଇ ଦିଅନ୍ତୁ। ସେଥିରୁ ପାଣି ମରିଗଲା ପରେ ସେଥିରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ନଡ଼ିଆ ଛତୁ ବେସର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe