ଆବଶ୍ୟକ ସାମଗ୍ରୀ : ନଡ଼ିଆ, ଚିନି, କ୍ଷୀର, କର୍ଣ୍ଣଫ୍ଲୋର, ଡ୍ରାଏ ଫ୍ରୁଟ୍ସ, ଲୁଣ
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ଦିଅନ୍ତୁ। ପରେ ନଡ଼ିଆ କୋରାରେ ପାଣି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତା’ ପରେ ତାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ପରେ ଏକ ପାତ୍ରରେ କ୍ଷୀର ନିଅନ୍ତୁ। ସେଥିରେ କର୍ଣ୍ଣଫ୍ଲୋର, ଚିନି ଓ ଅଳ୍ପ ଟିକେ ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।
ତା’ପରେ ଗ୍ୟାସରେ ଏକ କରେଇ ବସାଇ ନଡ଼ିଆ ଘୋଳକୁ ପକାନ୍ତୁ। ମିଡିୟମ ଆଞ୍ଚରେ ତାହାକୁ ଘାଣ୍ଟନ୍ତୁ। ତାହା ଫୁଟିବା ଆରମ୍ଭ ହେବା ମାତ୍ରେ ଆଞ୍ଚକୁ ସିମ୍ କରି ଦିଅନ୍ତୁ। ଏବେ ସେଥିରେ କର୍ଣ୍ଣଫ୍ଲୋର ଘୋଳକୁ ପକାଇ ଘାଣ୍ଟନ୍ତୁ। ଏହାଭଲ ଭାବେ ଫୁଟିକି ଅଧା ହୋଇଗଲେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ତାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ଥଣ୍ଡା ହେଲା ପରେ ସେଥିରେ କିଛି ଡ୍ରାଏ ଫ୍ରୁଟ୍ସ ପକାଇ ସଜାଇ ଦିଅନ୍ତୁ। ଏବେ ଏହାକୁ ଫ୍ରିଜରେ ୨ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଦୁଇ ଘଣ୍ଟା ପରେ ଫ୍ରିଜ୍ରୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ପୁଡିଂ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...