Advertisment

ନଡ଼ିଆ ପୁଡିଂ

ଆବଶ୍ୟକ ସାମଗ୍ରୀ : ନଡ଼ିଆ, ଚିନି, କ୍ଷୀର, କର୍ଣ୍ଣଫ୍ଲୋର, ଡ୍ରାଏ ଫ୍ରୁଟ୍ସ, ଲୁଣ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ଦିଅନ୍ତୁ। ପରେ ନଡ଼ିଆ କୋରାରେ ପାଣି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତା’ ପରେ ତାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ପରେ ଏକ ପାତ୍ରରେ କ୍ଷୀର ନିଅନ୍ତୁ। ସେଥିରେ କର୍ଣ୍ଣଫ୍ଲୋର, ଚିନି ଓ ଅଳ୍ପ ଟିକେ ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ତା’ପରେ  ଗ୍ୟାସରେ ଏକ କରେଇ ବସାଇ  ନଡ଼ିଆ ଘୋଳକୁ ପକାନ୍ତୁ। ମିଡିୟମ […]

ଅଦ୍ୟତନ ହୋଇଛି
ନଡ଼ିଆ ପୁଡିଂ

Coconut Pudding

Advertisment

ଆବଶ୍ୟକ ସାମଗ୍ରୀ : ନଡ଼ିଆ, ଚିନି, କ୍ଷୀର, କର୍ଣ୍ଣଫ୍ଲୋର, ଡ୍ରାଏ ଫ୍ରୁଟ୍ସ, ଲୁଣ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ଦିଅନ୍ତୁ। ପରେ ନଡ଼ିଆ କୋରାରେ ପାଣି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତା’ ପରେ ତାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ପରେ ଏକ ପାତ୍ରରେ କ୍ଷୀର ନିଅନ୍ତୁ। ସେଥିରେ କର୍ଣ୍ଣଫ୍ଲୋର, ଚିନି ଓ ଅଳ୍ପ ଟିକେ ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।

Advertisment

ତା’ପରେ  ଗ୍ୟାସରେ ଏକ କରେଇ ବସାଇ  ନଡ଼ିଆ ଘୋଳକୁ ପକାନ୍ତୁ। ମିଡିୟମ ଆଞ୍ଚରେ ତାହାକୁ ଘାଣ୍ଟନ୍ତୁ। ତାହା ଫୁଟିବା ଆରମ୍ଭ ହେବା ମାତ୍ରେ ଆଞ୍ଚକୁ ସିମ୍‌ କରି ଦିଅନ୍ତୁ। ଏବେ ସେଥିରେ କର୍ଣ୍ଣଫ୍ଲୋର ଘୋଳକୁ ପକାଇ ଘାଣ୍ଟନ୍ତୁ। ଏହାଭଲ ଭାବେ ଫୁଟିକି ଅଧା ହୋଇଗଲେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ତାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ।  ଥଣ୍ଡା ହେଲା ପରେ ସେଥିରେ କିଛି ଡ୍ରାଏ ଫ୍ରୁଟ୍ସ ପକାଇ ସଜାଇ ଦିଅନ୍ତୁ। ଏବେ ଏହାକୁ  ଫ୍ରିଜରେ ୨ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଦୁଇ ଘଣ୍ଟା ପରେ ଫ୍ରିଜ୍‌ରୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ପୁଡିଂ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe