Advertisment

କ୍ରିସ୍‌ପି ଚକୋଲେଟ୍‌ ଚିକେନ୍‌- Crispy chocolate Chicken

ଆବଶ୍ୟକ ପ୍ରଣାଳୀ : ଦହି ଓ ଲୁଣ ମିଶା ମ୍ୟାରିନେଟ୍‌ ଚିକେନ୍‌, କୋକୋ ପାଉଡର୍‌, ତେଲ, ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ଟମାଟୋ ସସ୍‌, ସୋୟା ସସ୍‌, ରସୁଣ କଟା, ମିଓନିଜ୍‌, କର୍ଣ୍ଣଫ୍ଲୋର ପାଉଡର୍‌ ଓ ମଇଦା। ପ୍ରସ୍ତୁତି ପ୍ରଣାଳୀ : ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ସେଥିରେ ଦହି ଓ ଲୁଣ ଗୋଳାଇ ୪ରୁ ୫ଘଣ୍ଟା ମ୍ୟାରିନେଟ୍‌ କରି ରଖନ୍ତୁ। ପରେ ମ୍ୟାରିନେଟ୍‌ ହୋଇଥିବା ଚିକେନ୍‌ରେ ଅଦା ରସୁଣ […]

ଅଦ୍ୟତନ ହୋଇଛି
କ୍ରିସ୍‌ପି ଚକୋଲେଟ୍‌ ଚିକେନ୍‌- Crispy chocolate Chicken

chicken

Advertisment

ଆବଶ୍ୟକ ପ୍ରଣାଳୀ :

ଦହି ଓ ଲୁଣ ମିଶା ମ୍ୟାରିନେଟ୍‌ ଚିକେନ୍‌, କୋକୋ ପାଉଡର୍‌, ତେଲ, ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ଟମାଟୋ ସସ୍‌, ସୋୟା ସସ୍‌, ରସୁଣ କଟା, ମିଓନିଜ୍‌, କର୍ଣ୍ଣଫ୍ଲୋର ପାଉଡର୍‌ ଓ ମଇଦା।

Advertisment

ପ୍ରସ୍ତୁତି ପ୍ରଣାଳୀ :

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ସେଥିରେ ଦହି ଓ ଲୁଣ ଗୋଳାଇ ୪ରୁ ୫ଘଣ୍ଟା ମ୍ୟାରିନେଟ୍‌ କରି ରଖନ୍ତୁ। ପରେ ମ୍ୟାରିନେଟ୍‌ ହୋଇଥିବା ଚିକେନ୍‌ରେ ଅଦା ରସୁଣ ବଟା, ତେଲ ଓ ଲଙ୍କାଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର, କୋକୋ ପାଉଡର୍‌, ଲଙ୍କାଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ମିଶାଇ ଭଲଭାବେ ଗୋଳାନ୍ତୁ। ଏବେ ଗ୍ୟାସ୍‌ ଲଗାଇ ମସଲା ଗୋଳା ଚିକେନ୍‌କୁ କୋକୋ ପାଉଡର୍‌ ମିଶ୍ରଣରେ ବୁଡ଼ାଇ ଛାଣନ୍ତୁ।

ଅନ୍ୟ ଏକ ପାତ୍ରରେ ତେଲ ଗରମ କରି କଟା ରସୁଣ, ଟମୋଟୋ ସସ୍‌, ମିଓନିଜ୍‌, ସୋୟା ସସ୍‌, କୋକୋ ପାଉଡର୍‌, ଲଙ୍କାଗୁଣ୍ଡ ଓ ଆବଶ୍ୟକ ଅନୁସାରେ ପାଣି ଦେଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। କୋକୋ ସସ୍‌ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଚିକେନ୍‌ରେ ପକାଇ ସର୍ଭ କରନ୍ତୁ।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe