Advertisment

ଘରେ ପ୍ରସ୍ତୁତ କରନ୍ତୁ କ୍ରିପ୍ସି ସୋୟା ପନିର

ଆବଶ୍ୟକ ସାମଗ୍ରୀ: ସୋୟା ବଡ଼ି, ମଇଦା, କର୍ଣ୍ଣଫ୍ଲୋର, ଲଙ୍କାଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ, କଟା ପନିର, ଗାଜର କୋରା, କଟା କ୍ୟାପସିକମ୍, ସିଝା ଆଳୁ, କଟା ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର, କଟା ରସୁଣ, ଅଦା ପେଷ୍ଟ, ବେସନ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୋୟା ବଡ଼ିକୁ ପାଣିରେ ଭିଜାଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ମଇଦା, ଲଙ୍କାଗୁଣ୍ଡ,ଲୁଣ, […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ କ୍ରିପ୍ସି ସୋୟା ପନିର

Crispy Soya Paneer

ଆବଶ୍ୟକ ସାମଗ୍ରୀ: ସୋୟା ବଡ଼ି, ମଇଦା, କର୍ଣ୍ଣଫ୍ଲୋର, ଲଙ୍କାଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ, କଟା ପନିର, ଗାଜର କୋରା, କଟା କ୍ୟାପସିକମ୍, ସିଝା ଆଳୁ, କଟା ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର, କଟା ରସୁଣ, ଅଦା ପେଷ୍ଟ, ବେସନ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ସୋୟା ବଡ଼ିକୁ ପାଣିରେ ଭିଜାଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ମଇଦା, ଲଙ୍କାଗୁଣ୍ଡ,ଲୁଣ, ଗୋଲମରିଚ ଗୁଣ୍ଡ ଓ ପାଣି ମିଶାଇ ଆଣ ପ୍ରସ୍ତୁତ କରନ୍ତୁ।

ଏହାପରେ ଗ୍ରାଇଣ୍ଡିଂ କରିଥିବା ସୋୟା ବଡିରେ କଟା ପନିର, ଗାଜର କୋରା, କ୍ୟାପସିକମ୍, ଶିଝା ଆଳୁ, କଟା ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ସେଥିରେ କଟା ରସୁଣ, ଅଦା ପେଷ୍ଟ, ବେସନ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଭଲ ଭାବରେ ଚକଟି ଦିଅନ୍ତୁ।

Advertisment

ଏହା ପରେ ସୋୟା ବଡି ମସଲା ଚକଟାକୁ ବରା ଆକାରରେ କରି ଏକ ପାତ୍ରରେ ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସୋୟା ବଡି ମସଲା ଚକଟା ବରାକୁ କର୍ଣ୍ଣଫ୍ଲୋର ଆଣରେ ବୁଡ଼ାଇ  ଅଳ୍ପ ଆଞ୍ଚରେ ଛାଣନ୍ତୁ।  ଟିକେ ନାଲି ଦେଖାଯିବା ପରେ ଏହାକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ଏହାକୁ ଆପଣ ଚଟଣି ସହ ଖାଇପାରିବେ।