Advertisment

ଘରେ ତିଆରି କରନ୍ତୁ ଏଗ୍ ଚିଲି

ଆବଶ୍ୟକ ସାମଗ୍ରୀ:  କ୍ୟାପସିକମ୍‌, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଅଣ୍ଡା, ସିଜୱାଇନ୍‌ ସସ୍‌, ଟମାଟୋ ସସ୍‌, କର୍ଣ୍ଣଫ୍ଲୋର, ମଇଦା,  ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ୍‌ ତେଲ, ଚାଇନିଜ ସଲଟ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ପ୍ରତି ଅଣ୍ଡାକୁ ୪ ଖଣ୍ଡ ଲେଖା କରି କାଟି ଏକ ପ୍ଲେଟରେ ରଖନ୍ତୁ। ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର, ମଇଦା, ଗୋଲମରିଚ ଗୁଣ୍ଡ, ଆବଶ୍ୟକ ଅନୁସାରେ ଲୁଣ, ଟମାଟୋ ସସ୍, ଚିଲି ସସ୍ ଓ ଅଦାରସୁଣ ପେଷ୍ଟ […]

ଘରେ ତିଆରି କରନ୍ତୁ ଏଗ୍ ଚିଲି

egg chilli

Advertisment

ଆବଶ୍ୟକ ସାମଗ୍ରୀକ୍ୟାପସିକମ୍‌, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଅଣ୍ଡା, ସିଜୱାଇନ୍‌ ସସ୍‌, ଟମାଟୋ ସସ୍‌, କର୍ଣ୍ଣଫ୍ଲୋର, ମଇଦା,  ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ୍‌ ତେଲ, ଚାଇନିଜ ସଲଟ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ପ୍ରତି ଅଣ୍ଡାକୁ ୪ ଖଣ୍ଡ ଲେଖା କରି କାଟି ଏକ ପ୍ଲେଟରେ ରଖନ୍ତୁ। ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର, ମଇଦା, ଗୋଲମରିଚ ଗୁଣ୍ଡ, ଆବଶ୍ୟକ ଅନୁସାରେ ଲୁଣ, ଟମାଟୋ ସସ୍, ଚିଲି ସସ୍ ଓ ଅଦାରସୁଣ ପେଷ୍ଟ ପକାଇ ପତଳା ଘୋଳ ପ୍ରସ୍ତୁତ କରନ୍ତୁ। ପରେ କଟା ଅଣ୍ଡାକୁ ଏହି ଘୋଳରେ ବୁଡ଼ାଇ  ତେଲରେ ଛାଣନ୍ତୁ।  ଏହି ସମୟରେ ଗ୍ୟାସର ଆଞ୍ଚକୁ ମିଡିଏମରେ ରଖନ୍ତୁ। ଅଣ୍ଡାଟି ଲାଲ ଦେଖାଯିବା ପର୍ଯ୍ୟନ୍ତ ଏହାକୁ ଛାଣନ୍ତୁ।  ଏହାର ରଙ୍ଗ ଲାଲ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପରେ ଅନ୍ୟ ଏକ ପାତ୍ରରେ କିଛି ତେଲ ପକାଇ ଗରମ କରନ୍ତୁ। ସେଥିରେ ଛୋଟ ଛୋଟ କଟା ହୋଇଥିବା ଅଦା, ରସୁଣ, କଞ୍ଚାଲଙ୍କା ପକାଇ ଫ୍ରାଏ କରନ୍ତୁ। ଏବେ ସେଥିରେ ପିଆଜ, କ୍ୟାପସିକମ୍‌ ପକାନ୍ତୁ। ଏହାକୁ କିଛି ସମୟ ଫ୍ରାଏ କରିବା ପରେ ସେଥିରେ ଟମାଟୋ ସସ୍, ଚିଲି ସସ୍, ଚାଇନିଜ ସଲଟ, ଲୁଣ, ଗୋଲମରିଚ ଗୁଣ୍ଡ, ସୋୟା ସସ୍‌ ଓ ଭିନେଗାର ପକାଇ ଭଲ ଭାବରେ ଗୋଳାନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ତାହାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ।

Advertisment

ତାହା ଫୁଟିବା ଆରମ୍ଭ ହେବା ମାତ୍ରେ ସେଥିରେ ଅଣ୍ଡା ଫ୍ରାଏକୁ ପକାଇ ଗୋଳାନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରି ଅଣ୍ଡା ଚିଲିକୁ ଏକ ପ୍ଲେଟକୁ ବାହାର କରି ତାହା ଉପରେ ଧନିଆପତ୍ର ପକାଇ ଦିଅନ୍ତୁ।  ଼ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe