Advertisment

ଚାଇନିଜ୍‌ ଫ୍ରାଇଡ୍ ରାଇସ୍‌

ଆବଶ୍ୟକ ସାମଗ୍ରୀ: ବାସୁମତି ଚାଉଳ, ଲେମ୍ବୁ, ତେଲ, କଟା ରସୁଣ,  କଟା ପିଆଜ ଓ କଞ୍ଚା ଲଙ୍କା, କଟା ଗାଜର, ବନ୍ଧାକୋବି, ବିନ୍ସ ଓ କ୍ୟାପସି କମ, ଲୁଣ, ଟମାଟୋ ସସ୍‌, ଚିଲି ସ୍‌ସ୍, ସୋୟା ସସ୍‌, ଭିନେଗାର ଓ ଗୋଲ ମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବାସୁମତି ଚାଉଳକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ଏକ ପାତ୍ରରେ ପାଣି ଗରମ କରନ୍ତୁ।  ପାଣି ଟିକେ ଗରମ ହେଲା ପରେ ସେଥିରେ ଲେମ୍ବୁରସ ଓ […]

author-image
Tapaswini Nayak
ଚାଇନିଜ୍‌ ଫ୍ରାଇଡ୍ ରାଇସ୍‌

fried rice

ଆବଶ୍ୟକ ସାମଗ୍ରୀ:ବାସୁମତି ଚାଉଳ, ଲେମ୍ବୁ, ତେଲ, କଟା ରସୁଣ,  କଟା ପିଆଜ ଓ କଞ୍ଚା ଲଙ୍କା, କଟା ଗାଜର, ବନ୍ଧାକୋବି, ବିନ୍ସ ଓ କ୍ୟାପସି କମ, ଲୁଣ, ଟମାଟୋ ସସ୍‌, ଚିଲି ସ୍‌ସ୍, ସୋୟା ସସ୍‌, ଭିନେଗାର ଓ ଗୋଲ ମରିଚ ଗୁଣ୍ଡ

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବାସୁମତି ଚାଉଳକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ଏକ ପାତ୍ରରେ ପାଣି ଗରମ କରନ୍ତୁ।  ପାଣି ଟିକେ ଗରମ ହେଲା ପରେ ସେଥିରେ ଲେମ୍ବୁରସ ଓ ତେଲ ପକାଇ ଦିଅନ୍ତୁ। ପରେ ଧୋଇ  ରଖିଥିବା ଚାଉଳକୁ ପକାନ୍ତୁ।  ଚାଉଳ  ୭୫ ପ୍ରତିଶତ ହୋଇଗଲେ ତାକୁ ଭଲ ଭାବରେ  ଏକ ପାତ୍ରକୁ ଛାଙ୍କି ଦିଅନ୍ତୁ।

ପରେ କରେଇରେ ତେଲ କରନ୍ତୁ।  ତେଲ ଗରମ ହୋଇଗଲେ ସେଥିରେ  କଟା ରସୁଣ, କଟା ପିଆଜ ଓ କଞ୍ଚା ଲଙ୍କା ପକାଇ ଗୋଳାଇ ଦିଅନ୍ତୁ। ପରେ କଟା ଗାଜର, ବନ୍ଧାକୋବି, ବିନ୍ସ ଓ କ୍ୟାପସି କମକୁ ପକାଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ। ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।  ଏହାପରେ ଛାଣି ରଖିଥିବା ଭାତ ପକାଇ ଦିଅନ୍ତୁ। ତା’ପରେ ଟମାଟୋ ସସ୍‌, ଚିଲି ସ୍‌ସ୍, ସୋୟା ସସ୍‌, ଭିନେଗାର ଓ ଗୋଲ ମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା  ଚାଇନିଜ୍‌  ଫ୍ରାଇଡ୍ ରାଇସ।

Advertisment