Advertisment

ଗ୍ରୀନ୍‌ ମଟର ପରଟା

ଆବଶ୍ୟକ ସାମଗ୍ରୀ: ଅଟା, ସିଝା ଗ୍ରୀନ୍‌ ମଟର, ବଟା ଅଦା, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ଧନିଆ ପତ୍ର, ଗରମ ମସଲା, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା ନିଅନ୍ତୁ।  ସେଥିରେ ଆବଶ୍ୟକ ଅନୁସାରେ ଲୁଣ ଓ ଅଳ୍ପ ତେଲ ଦେଇ ଗୋଳାନ୍ତୁ। ଏଥିରେ ଅଳ୍ପ ପାଣି ଦେଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ସିଝା ହୋଇଥିବା ଗ୍ରୀନ୍‌ ମଟରରେ କଞ୍ଚା ଲଙ୍କା  ଓ  ଅଦା ପକାଇ […]

author-image
Tapaswini Nayak
ଗ୍ରୀନ୍‌ ମଟର ପରଟା

green-matar-paratha

ଆବଶ୍ୟକ ସାମଗ୍ରୀ: ଅଟା, ସିଝା ଗ୍ରୀନ୍‌ ମଟର, ବଟା ଅଦା, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ଧନିଆ ପତ୍ର, ଗରମ ମସଲା, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା ନିଅନ୍ତୁ।  ସେଥିରେ ଆବଶ୍ୟକ ଅନୁସାରେ ଲୁଣ ଓ ଅଳ୍ପ ତେଲ ଦେଇ ଗୋଳାନ୍ତୁ। ଏଥିରେ ଅଳ୍ପ ପାଣି ଦେଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ସିଝା ହୋଇଥିବା ଗ୍ରୀନ୍‌ ମଟରରେ କଞ୍ଚା ଲଙ୍କା  ଓ  ଅଦା ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଏହାକୁ ଗ୍ରାଇଣ୍ଡିଂ କରିବା ପରେ  ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ ସେଥିରେ ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ କଟା ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ।

ଏବେ ଚକଟା ହୋଇ ରହିଥିବା ଅଟାରୁ ପରଟା ପାଇଁ ଗୋଳା ପ୍ରସ୍ତୁତ କରନ୍ତୁ। ସେଥିରେ ମଟର ପୂର ଦେଇ ବେଲନ୍ତୁ।

Advertisment

ପରେ ତାୱାକୁ ଗରମ କରନ୍ତୁ। ସେଥିରେ ପରଟାକୁ ପକାଇ ସେକନ୍ତୁ। ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଯିବା ପରେ ଏହା ଉପରେ ତେଲ କିମ୍ବା ଘିଅ ଦେଇ ଲେଉଟେଇ ଦିଅନ୍ତୁ। ଏହା ହୋଇଗଲା ପରେ ତାକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗ୍ରୀନ୍‌ ମଟର ପରଟା। ଏହାକୁ ଆଚାର, ସସ୍‌ କିମ୍ବା ଦହି ସହ ବ୍ରେକ୍‌ଫାଷ୍ଟରେ ଖାଇପାରିବେ।