ଆବଶ୍ୟକ ସାମଗ୍ରୀ: ମୁଗ ଡାଲି, ଓଉ, ଅଦା, ସାରୁ, ଆଳୁ, ପାଣି କଖାରୁ, ଘିଅ, ହେଙ୍ଗୁ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ଓଉ, ସାରୁ, ପାଣି କଖାରୁ, ଆଳୁ ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ। ପ୍ରେସର କୁକର ଗୋଟିଏ ସିଟି ମାରିବା ପରେ ତାକୁ ଓହ୍ଲାଇ ଦିଅନ୍ତୁ।
ଏବେ କରେଇରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ। ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ ତା’ ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହବିଷ ଡାଲମା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...