Advertisment

ହନି ଚିଲି ପଟାଟୋଜ୍

ଆବଶ୍ୟକ ସାମଗ୍ରୀ: ଆଳୁ, କର୍ଣ୍ଣଫ୍ଲୋର୍‌, ମଇଦା, କ୍ୟାପ୍‍ସିକମ୍‍, କଟା ପିଆଜ, କଟା ରସୁଣ, ସୋୟା ସସ୍‍, ଅଦା,ରସୁଣ ପେଷ୍ଟ, ଚିଲି ସସ୍‌, ଟମାଟୋ ସସ୍‍, ଭିନେଗାର, ରିଫାଇନ ତେଲ, ଲୁଣ, ମହୁ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ  ଲମ୍ବା କରି କାଟି ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ କର୍ଣ୍ଣଫ୍ଲୋର୍‌, ମଇଦା, ଅଦା,ରସୁଣ ପେଷ୍ଟ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ସେଥିରେ କଟା ଆଳୁକୁ ପକାଇ ତେଲରେ ଛାଣନ୍ତୁ। ଆଳୁର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ହନି ଚିଲି ପଟାଟୋଜ୍

Honey chilli potatoes

ଆବଶ୍ୟକ ସାମଗ୍ରୀ: ଆଳୁ, କର୍ଣ୍ଣଫ୍ଲୋର୍‌, ମଇଦା, କ୍ୟାପ୍‍ସିକମ୍‍, କଟା ପିଆଜ, କଟା ରସୁଣ, ସୋୟା ସସ୍‍, ଅଦା,ରସୁଣ ପେଷ୍ଟ, ଚିଲି ସସ୍‌, ଟମାଟୋ ସସ୍‍, ଭିନେଗାର, ରିଫାଇନ ତେଲ, ଲୁଣ, ମହୁ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ  ଲମ୍ବା କରି କାଟି ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ କର୍ଣ୍ଣଫ୍ଲୋର୍‌, ମଇଦା, ଅଦା,ରସୁଣ ପେଷ୍ଟ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ସେଥିରେ କଟା ଆଳୁକୁ ପକାଇ ତେଲରେ ଛାଣନ୍ତୁ। ଆଳୁର ରଙ୍ଗ ଟିକେ ଲାଲ ହୋଇଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ, କଟା କ୍ୟାପସିକମ, କଟା ରସୁଣ, କଟା କଞ୍ଚା ଲଙ୍କା ପକାଇ ଭାଜନ୍ତୁ।

Advertisment

ତା’ପରେ ସେଥିରେ ଟମାଟୋ ସସ୍, ଶୋୟା ସସ୍, ଚିଲି ସସ୍‌, ଭିନେଗାର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ଛାଣି ରଖିଥିବା ଆଳୁକୁ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ମହୁ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହନି ଚିଲି ପଟାଟୋଜ୍।