Advertisment

ଆଳୁ କଚୋଡ଼ି

ଆବଶ୍ୟକ ସାମଗ୍ରୀ: ମଇଦା, ସିଝା ଆଳୁ, ଲୁଣ, ଜୁଆଣି, ତେଲ, ଅଦା, ରସୁଣ ବଟା, ବେକିଂ ପାଉଡର, ଗ୍ରୀନ୍ ମଟର୍‌, ଧନିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଗରମ ମସଲା । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ କିଛି ତେଲ, ଲୁଣ, ଜୁଆଣି ଓ ବେକିଂ ପାଉଡର୍‌ ମିଶାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ  ଅଳ୍ପ ପାଣି ଦେଇ ମଇଦାକୁ ଭଲ […]

author-image
Tapaswini Nayak
ଆଳୁ କଚୋଡ଼ି

kochori

ଆବଶ୍ୟକ ସାମଗ୍ରୀ: ମଇଦା, ସିଝା ଆଳୁ, ଲୁଣ, ଜୁଆଣି, ତେଲ, ଅଦା, ରସୁଣ ବଟା, ବେକିଂ ପାଉଡର, ଗ୍ରୀନ୍ ମଟର୍‌, ଧନିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଗରମ ମସଲା ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ କିଛି ତେଲ, ଲୁଣ, ଜୁଆଣି ଓ ବେକିଂ ପାଉଡର୍‌ ମିଶାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ  ଅଳ୍ପ ପାଣି ଦେଇ ମଇଦାକୁ ଭଲ ଭାବେ  ଚକଟନ୍ତୁ। ମଇଦାଟି ଭଲ ଭାବରେ ଚକଟି ସାରିବା ପରେ କିଛି ସମୟ ଏହାକୁ ଘୋଡ଼ାଇ ରଖି ଦିଅନ୍ତୁ। ପରେ ସିଝା ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ।

ତା’ ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଅଦା, ରସୁଣ ବଟା ଓ କଟା କଞ୍ଚା ଲଙ୍କା ପକାଇ କିଛି ସମୟ କଷନ୍ତୁ। ଏହାପରେ ସେଥିରେ ଗ୍ରୀନ୍ ମଟର ପକାନ୍ତୁ । ପରେ ଏହି ମସଲାକୁ ଘୋଡ଼ାଇ ଦେଇ ଦୁଇମିନିଟ୍‌ ଯାଏ ହାଲକା ଆଞ୍ଚରେ ଛାଡ଼ି ଦିଅନ୍ତୁ। ମଟର ସିଝିଗଲା ପରେ ସେଥିରେ ପୂର୍ବରୁ ଚକଟା ହୋଇ ରହିଥିବା ସିଝା ଆଳୁକୁ ପକାଇ ଦିଅନ୍ତୁ। ତା’ ପରେ ସେଥିରେ ଧନିଆ ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଆଳୁକୁ କିଛି ସମୟ ଯାଏ ଭଲଭାବେ କଷନ୍ତୁ। ଆଳୁ କଷି ହେବା ପରେ ତା’ ଉପରେ କଟା ଧଣିଆ ପତ୍ର ପକାଇ  ଦେଇ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

Advertisment

ପରେ ପୂର୍ବରୁ ଦଳା ହୋଇ ରହିଥିବା ମଇଦାକୁ ଛୋଟ ଛୋଟ ଗୋଳା କରିଦିଅନ୍ତୁ। ମଇଦା ଗୋଳାକୁ ନେଇ ପୁରି ଆକାରରେ ବେଲି ଏହା ଭିତରେ କଷା ଯାଇଥିବା ଆଳୁର ପୁର ଦେଇ ଏହାକୁ ବନ୍ଦ କରିଦିଅନ୍ତୁ। ତାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା କଚୋଡ଼ିକୁ ଛାଣନ୍ତୁ।  ହାଲକା ବାଦୀମୀ ଆସିଗଲେ ତାକୁ ଏକ ପାତ୍ରରେ କାଢ଼ି ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା  ଆଳୁ କଚୋଡ଼ି।